ଆମେରିକାରେ ପୁଣି ଟ୍ରମ୍ପ ଶାସନ: ଭାରତ ସହ କିପରି ରହିବ ସମ୍ପର୍କ
America News: ଆମେରିକାରେ ପୁଣି ଟ୍ରମ୍ପ ଶାସନ । ଆମେରିକାରେ ନୂତନ ସରକାର ଆସିବା ସହିତ, ବିଶ୍ୱ ସ୍ତରରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସମ୍ପର୍କରେ ଅନେକ ପରିବର୍ତ୍ତନ ହେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ପୂର୍ବ ସରକାରଙ୍କ ତୁଳନାରେ ଭାରତ ଏବଂ ଆମେରିକା ମଧ୍ୟରେ ଭବିଷ୍ୟତର ସମ୍ପର୍କ କିପରି ରହିବ, ଆମେରିକା ଚୀନ୍ ସହିତ କିପରି ବ୍ୟବହାର କରିବ, ବ୍ରିକ୍ସ ଡଲାର ତୁଳନାରେ ନିଜସ୍ୱ ମୁଦ୍ରା ପ୍ରଚଳନରେ ସଫଳ ହେବ କି ଏପରି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । କାରଣ ଆମେରିକା ଏକ ଶକ୍ତିଶାଳୀ ରାଷ୍ଟ୍ର । ଦେଶ ସରକାର ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଶ୍ୱର ଅନେକ ଦେଶ ଉପରେ ପଡିଥାଏ ।
ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପୂର୍ବରୁ ଆଗାମୀ ଚାରି ବର୍ଷ ପାଇଁ ତାଙ୍କର ଯୋଜନାର ରୂପରେଖ ପ୍ରସ୍ତୁତ କରିସାରିଛନ୍ତି ଟ୍ରମ୍ପ । ଆମେରିକୀୟ ତୈଳ ଓ ଗ୍ୟାସ କ୍ରୟ ପରିମାଣ ବୃଦ୍ଧି ନକଲେ ୟୁରୋପୀୟ ରାଷ୍ଟ୍ରଗୁଡିକ ଉପରେ ଅଧିକ ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇଥିଲେ । ଆମେରିକା ସହ ଟ୍ରେଡ ଗ୍ଯାପ ହ୍ରାସ କରିବା ଟ୍ରମ୍ପ ଆଗୁଆ ଏହି ସୂଚନା ଦେଇଛନ୍ତି । ଏହାକୁ ନେଇ ଭାରତ ଏବଂ ଚୀନ୍ ସବୁଠାରୁ ଅଧିକ ଚିନ୍ତିତ। ସେହିପରି ତାଙ୍କ ପ୍ରଶାସନ ଅଧୀନରେ ଆଗାମୀ ଚାରି ବର୍ଷ ମଧ୍ୟରେ ଏହି ଦେଶଗୁଡ଼ିକ ସହିତ ସମ୍ପର୍କ କିପରି ସୁଦୃଢ଼ ହୋଇପାରେ।

ନୂତନ ରାଷ୍ଟ୍ରପତିଙ୍କ ଆଗମନ ସହିତ, ଏକ ଶୁଳ୍କ ଯୁଦ୍ଧର ଭୟ ପୁଣି ଥରେ ଦେଖାଦେଇଛି। ଅନେକ ଦେଶ ଉପରେ ଶୁଳ୍କ ଲାଗୁ କରିବା ବିଷୟରେ ତାଙ୍କର ପୂର୍ବ ଚେତାବନୀ ପୁଣି ଚିନ୍ତାର ବିଷୟ ପାଲଟିଛି ।
ନିର୍ବାଚନ ପୂର୍ବରୁ ଡ୍ରଗ୍ସ ଓ ସୀମା ପରିଚାଳନାକୁ ନେଇ ଟ୍ରମ୍ପ କହିଥିଲେ, ଯଦି କାନାଡା ଓ ମେକ୍ସିକୋ ଏହାର ସଠିକ୍ ନିୟନ୍ତ୍ରଣ ନ କରନ୍ତି ତେବେ ଆମଦାନୀ କ୍ଷେତ୍ରରେ ଏହି ଦୁଇ ଦେଶ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବ । ଆମେରିକା ଅଧିକ ତୈଳ ଉତ୍ପାଦନ କରୁଥିଲେ ବି ଜୀବାଶ୍ମ ଜାଳେଣି ଉତ୍ପାଦନ ବଢ଼ାଇବା ଲାଗି ପୂର୍ବରୁ ଟ୍ରମ୍ପ ସୂଚନା ଦେଇଥିଲେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ପ୍ରଥମ ପାଳିରେ ଟ୍ରମ୍ପଙ୍କର ଭାରତ ସହ ଭଲ ସମ୍ପର୍କ ରହିଥିଲା । ହେଲେ ଦ୍ୱିତୀୟ ପାଳିଲେ ଅନେକ ପରିବର୍ତ୍ତନ ହୋଇପାରେ । ଡଲାର ବୃଦ୍ଧି କରିପାରନ୍ତି ଟ୍ରମ୍ପ । ସେହିପରି ଭାରତର ରପ୍ତାନୀ ବାଣିଜ୍ୟ ଉପରେ ଅଧିକ ଟାରିଫ୍ କରାଯାଇ ପାରେ । କ୍ରିପ୍ଟୋ କରେନ୍ସ ନେଇ ଭାରତର ନୀତି ସ୍ପଷ୍ଟ ନାହିଁ ।












Click it and Unblock the Notifications