Donald Trump Tariff: ଟ୍ରମ୍ପଙ୍କୁ ଆମେରିକା କୋର୍ଟରୁ ଝଟକା: ଟାରିଫ୍ ଅବୈଧ ଘୋଷଣା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶର କୋର୍ଟରୁ ବଡ଼ ଝଟକା। ଆମେରିକାର ଏକ ସଂଘୀୟ ଅପିଲ୍ କୋର୍ଟ ଶୁକ୍ରବାର ଦିନ ତାଙ୍କ ଦ୍ୱାରା ଲଗାଯାଇଥିବା ଅଧିକାଂଶ ଟାରିଫ୍ (ଆମଦାନୀ ଶୁଳ୍କ) ଅବୈଧ ବୋଲି ଘୋଷଣା କରିଛି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଉପରେ ବଡ଼ ଆଘାତ ବୋଲି କୁହାଯାଉଛି।

କୋର୍ଟ କହିଛି, ରାଷ୍ଟ୍ରପତିଙ୍କୁ ଜରୁରୀ ସ୍ଥିତିରେ ଅନେକ କ୍ଷମତା ମିଳିଥାଏ, କିନ୍ତୁ ଏଥିରେ ଟାରିଫ୍ ଲଗାଇବାର ଅଧିକାର ନାହିଁ। ଟ୍ରମ୍ପ ଇଣ୍ଟରନ୍ୟାସନାଲ ଇମରଜେନ୍ସି ଇକୋନୋମିକ୍ ପାୱାର୍ସ ଆକ୍ଟ (IEEPA) ନାମକ ଏକ ଆଇନର ଅପବ୍ୟବହାର କରିଥିବା କୋର୍ଟ ମତ ଦେଇଛି। ଏହି ଆଇନ ଟାରିଫ୍ ବିଷୟରେ କିଛି କହୁନାହିଁ।

Donald Trump Tariff

ଏହି ନିଷ୍ପତ୍ତି ଦୁଇ ପ୍ରକାର ଟାରିଫ୍ ଉପରେ ପ୍ରଭାବ ପକାଇଛି। ପ୍ରଥମେ, ଏପ୍ରିଲ ମାସରେ ଲାଗୁ ହୋଇଥିବା 'ରିସିପ୍ରୋକାଲ' ଟାରିଫ୍, ଯାହା ଅନେକ ଦେଶ ଉପରେ ଲାଗିଥିଲା। ଦ୍ୱିତୀୟତଃ, ଫେବୃଆରୀ ମାସରେ ଚୀନ, କାନାଡା ଓ ମେକ୍ସିକୋ ଉପରେ ଲଗାଯାଇଥିବା ଟାରିଫ୍। ତେବେ, ଷ୍ଟିଲ ଓ ଆଲୁମିନିୟମ ଆମଦାନୀ ଉପରେ ଅନ୍ୟ ଆଇନ ଅନୁସାରେ ଲାଗିଥିବା ଟାରିଫ୍ ଏହା ଦ୍ୱାରା ପ୍ରଭାବିତ ହେବ ନାହିଁ।

ଟ୍ରମ୍ପ ଏହି ନିଷ୍ପତ୍ତିକୁ 'ପକ୍ଷପାତିତା' ବୋଲି କହି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି, "ଯଦି ଏହି ଟାରିଫ୍ ହଟାଇ ଦିଆଯାଏ, ତାହେଲେ ଆମେରିକା ଧ୍ୱଂସ ହୋଇଯିବ।" ସେ ସୁପ୍ରିମ୍ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

କୋର୍ଟ ଟ୍ରମ୍ପଙ୍କୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଛି ସୁପ୍ରିମ୍ କୋର୍ଟରେ ଅପିଲ କରିବା ପାଇଁ। ଏହା ଏକ ବଡ଼ ଆଇନ ଲଢ଼େଇର ସଙ୍କେତ ଦେଉଛି, ଯାହା ଟ୍ରମ୍ପଙ୍କ ଅର୍ଥନୀତି ନୀତିକୁ ପ୍ରଭାବିତ କରିପାରେ। ଏବେ ସମସ୍ତଙ୍କ ନଜର ସୁପ୍ରିମ୍ କୋର୍ଟର ନିଷ୍ପତ୍ତି ଉପରେ।

ଉଲ୍ଲେଖଯୋଗ୍ୟ, ଯଦିଓ ଟ୍ରମ୍ପ ଟାରିଫ ଲଗାଇବା ନିଷ୍ପତ୍ତି ନିଜ ଦେଶର ଅର୍ଥନୀତିର ହିତରେ ବୋଲି କହି ଲଗାଉଛନ୍ତି କିନ୍ତୁ ତାଙ୍କର ଯୁକ୍ତି ବିଭିନ୍ନ ଦେଶ ତଥା ଦେଶର ମୁଖିଆଙ୍କ ସହ ଚାଲିଥିବା ବିବାଦକୁ ଆଧାର କରି ଟ୍ରମ୍ପ ନିଜ ଇଚ୍ଛାରେ ଟାରିଫ ଲଗାଉଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+