ଖୁବ୍ ଶିଘ୍ର ପୁଟିନ-ଟ୍ରମ୍ପଙ୍କ ମଧ୍ୟରେ ହେବ ଆଲୋଚନା!
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗାମୀ ଦିନରେ ପରସ୍ପର ସହ ସାକ୍ଷାତ ଆଲୋଚନା କରିବାକୁ ରାଜି ହୋଇଛନ୍ତି ବୋଲି କ୍ରେମଲିନ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟ୍କଫ୍ ଆଜି ରୁଷ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବାପରେ ଏହି ସମ୍ଭାବ୍ୟ ବୈଠକ ନେଇ ସୂଚନା ଦିଆଯାଇଛି।

କ୍ରେମଲିନ୍ର ଅଧିକାରୀ ୟୁରି ଉସାକୋଭ୍ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ପାଇଁ ସ୍ଥାନ ନିରୂପିତ ହୋଇଛି ଏବଂ ପରେ ଏ ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ୟୁକ୍ରେନ୍ରେ ଯୁଦ୍ଧବିରତି ପାଇଁ ସମ୍ମତି ପ୍ରଦାନ କରିବା କିମ୍ବା ଏହା ବଦଳରେ ଅଧିକ କଟକଣାର ସମ୍ମୁଖୀନ ହେବା ପାଇଁ ରୁଷ୍ ବିପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ଆସନ୍ତାକାଲି ଶେଷ ହେବାକୁ ଯାଉଛି।












Click it and Unblock the Notifications