ମୁସଲିମ ଡେଲିଭେରୀ ବୟ ପାଇଁ ମନା କଲେ ମହିଳା, ଫଟୋ ଭାଇରାଲ
ତେବେ ନିକଟରେ ହାଇଦ୍ରାବାଦର ଜଣେ ମହିଳା ଖାଦ୍ୟ ଅର୍ଡର କରିଥିଲେ । ହେଲେ ହାଓ ଟୁ ରିଚ ସ୍ଥାନରେ ମହିଳା ଲେଖିଥିଲେ ଡେଲିଭରୀ ଦେବାକୁ ଆସୁଥିବା ଲୋକ ମୁସଲିମ ହୋଇନଥିବା ଆବଶ୍ୟକ । ତେବେ ଏହାର ସ୍କ୍ରିନସନ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ହାଇଦ୍ରାବାଦ: ଆଜି କାଲି ଆମେ ଘରେ ବସି ଅନେକ ଜିନିଷ ହାତ ପାହାନ୍ତାରେ ପାଇ ଯାଉଛେ। ଅନଲାଇନ ମାଧ୍ୟମରେ ଖାଇବା ଠାରୁ ଆରମ୍ଭ କରି ଅର୍ଡର କଲାମାତ୍ରେ କିଛି ସମୟରେ ପାଇ ପାରୁଛେ । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଜାତିବାଦ ଭେଦଭାବ ଦେଖାଯାଏ । ତେବେ ନିକଟରେ ହାଇଦ୍ରାବାଦର ଜଣେ ମହିଳା ଖାଦ୍ୟ ଅର୍ଡର କରିଥିଲେ । ହେଲେ ହାଓ ଟୁ ରିଚ ସ୍ଥାନରେ ମହିଳା ଲେଖିଥିଲେ ଡେଲିଭରୀ ଦେବାକୁ ଆସୁଥିବା ଲୋକ ମୁସଲିମ ହୋଇନଥିବା ଆବଶ୍ୟକ । ତେବେ ଏହାର ସ୍କ୍ରିନସନ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେଲେଙ୍ଗାନା ରାଜ୍ୟ ଟ୍ୟାକ୍ସି ଏବଂ ଡ୍ରାଇଭର ଜେଏସିର ଅଧ୍ୟକ୍ଷ ଶୈକ୍ ସାଲାଉଦ୍ଦିନ ଟ୍ୱିଟରରେ ଏହି ସ୍କ୍ରିନସଟ ସେୟାର କରିଥିଲେ। ସାଲାଉଦ୍ଦିନ ତାଙ୍କ ଟ୍ୱିଟରେ ସ୍ୱିଗିଙ୍କୁ ଏପରି ଜଣେ ଧର୍ମାନ୍ଧ ଗ୍ରାହକଙ୍କ ବିରୋଧରେ ଉପଯୁକ୍ତ ଆଭିମୁଖ୍ୟ ଗ୍ରହଣ କରିବାକୁ କହିଥିଲେ। ସ୍ୱିଗି ଏପର୍ଯ୍ୟନ୍ତ ଏହି ଘଟଣାର ବର୍ତ୍ତମାନସୁଦ୍ଧା କୌଣସି ଉତ୍ତର ଦେଇନାହାଁନ୍ତି।
Dear @Swiggy please take a stand against such a bigoted request. We (Delivery workers) are here to deliver food to one and all, be it Hindu, Muslim, Christian, Sikh @Swiggy @TGPWU Mazhab Nahi Sikhata Aapas Mein Bair Rakhna #SareJahanSeAchhaHindustanHamara#JaiHind #JaiTelangana pic.twitter.com/XLmz9scJpH
— Shaik Salauddin (@ShaikTgfwda) August 30, 2022
ଏହି ସମୟରେ ଅନ୍ୟ ଏକ ଘଟଣାରେ, ହାଇଦ୍ରାବାଦର ଜଣେ ସ୍ୱିଗି ଉପଭୋକ୍ତା ଜଣେ ମୁସଲମାନ ଡେଲିଭରୀ ବୟ ତାଙ୍କ ପାଇଁ ଆଣିଥିବା ଖାଦ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ। ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ସେ ଡେଲିଭେରୀ ନିର୍ଦ୍ଦେଶରେ ସ୍ପଷ୍ଟ ଭାବରେ ଲେଖିଛନ୍ତି, "ବହୁତ କମ୍ ମସଲାଯୁକ୍ତ। ଏବଂ ଦୟାକରି ହିନ୍ଦୁ ଡେଲିଭେରୀ ବୟ ଚୟନ କରନ୍ତୁ । ସମସ୍ତ ରେଟିଂ ଏହା ଉପରେ ଆଧାରିତ ହେବ। "ହାଇଦ୍ରାବାଦରେ, ସ୍ୱିଗି ଏବଂ ଜୋମାଟୋ ଦୁଇଟି ଜଣାଶୁଣା ଖାଦ୍ୟ ଏଗ୍ରିଗେଟର୍ । ଏବେ ବି ଲୋକଙ୍କ ଭିତରେ ଧର୍ମକୁ ନେଇ ଘୃଣାଭାବ ରହିଥିବାରୁ ଏହି ଘଟଣାକୁ ନେଇ ଖୁବ ଚର୍ଚ୍ଚା ହେଉଥିବା ଦେଖାଯାଇଛି ।












Click it and Unblock the Notifications