ଭାରତ ସହିତ ପଙ୍ଗା ନିଅନ୍ତୁ ନାହିଁ! ମୋଦି ସରକାର ଆରମ୍ଭ କଲେ ପାକିସ୍ତାନ ଉପରେ ବଡ଼ ପ୍ରତିଆକ୍ରମଣ
ଇତିହାସରେ ପ୍ରଥମ ଥର ପାଇଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ପହଲଗାମରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣର ଏକ ସାହସିକ, ବ୍ୟାପକ ଏବଂ ଦୃଢ଼ ଜବାବ ଦେଇଛି, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିଲା। ଏହି ସାତଟି ଦୃଢ଼ ଏବଂ ବଡ଼ ପଦକ୍ଷେପ ପାକିସ୍ତାନକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି: ଆତଙ୍କବାଦର ପ୍ରତିଶୋଧ ନିଆଯିବ ଏବଂ ଭାରତୀୟ ଜୀବନର ମୂଲ୍ୟ ଦେଇ ଶାନ୍ତି କେବେ ଆସିବ ନାହିଁ।
ଦଶନ୍ଧି ଧରି, ସୀମାପାର ଆତଙ୍କବାଦର କାର୍ଯ୍ୟକଳାପ ପ୍ରତି ଭାରତର ପ୍ରତିକ୍ରିୟା କେବଳ କୂଟନୈତିକ ବିବୃତ୍ତି ଏବଂ ପ୍ରତୀକାତ୍ମକ ଢ଼ଙ୍ଗରେ ସୀମିତ ରହିଥିଲା। କିନ୍ତୁ ଏବେ ଏହା ନୁହେଁ। ଏହା ହେଉଛି ନୂତନ ଭାରତ - ନିର୍ଣ୍ଣାୟକ, ସାହସୀ ଏବଂ ଦୃଢ଼। ଜମ୍ମୁ-କାଶ୍ମୀରର ବୈସାରଣ ଉପତ୍ୟକାରେ ରକ୍ତପାତ ପରେ, କେନ୍ଦ୍ର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାହା ସ୍ୱାଧୀନତା ପରେ ଇତିହାସରେ କୌଣସି ତୁଳନା ନାହିଁ।
ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ କରିଛନ୍ତି ବଡ଼ ଘୋଷଣା:
ମୋଦୀ କହିଛନ୍ତି ଯେ, ଏହା କେବଳ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ନୁହେଁ, ବରଂ ଭାରତର ଆତ୍ମା ଉପରେ ଆଘାତ। ପ୍ରଧାନମନ୍ତ୍ରୀ ଦୃଢୋକ୍ତିରେ କହିଛନ୍ତି, ଆମେ ପ୍ରତ୍ୟେକ ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ ଖୋଜି ବାହାର କରି କଠୋର ଶାସ୍ତି ଦେବୁ ।
ଭାରତର ଇଚ୍ଛାଶକ୍ତି, ଆତଙ୍କବାଦ ସାମ୍ନାରେ କେବେ ନଇଁବ ନାହିଁ । ଖାଲି ଏତିକି ନୁହେଁ ବିଶ୍ୱ ସମୁଦାୟକୁ ଇଂରାଜୀରେ ଭାଷଣ ଦେଇ ମୋଦୀ କହିଛନ୍ତି, ବିହାର ମାଟିରୁ ମୁଁ ବିଶ୍ୱକୁ କହୁଛି, ଭାରତ ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଶାସ୍ତି ଦେବ । ମୋଦୀ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ ଦେଶବାସୀଙ୍କୁ ଏକତାର ଆହ୍ୱାନ ଦେଇଛନ୍ତି। ମାନବତାରେ ବିଶ୍ୱାସ ରଖୁଥିବା ସମସ୍ତେ ଆମ ସହିତ ଅଛନ୍ତି । ପାକିସ୍ତାନର ନାଁ ନେଇନଥିଲେ ମୋଦୀ ହେଲେ କହିଥିଲେ ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ତାକୁ ଧ୍ୱଂସ କରାଯିବା ନେଇ ଚେତାବନୀ ଦେଇଛନ୍ତି ।

ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଥିବା ୭ଟି ବଡ ପଦକ୍ଷେପ ଉପରେ :
୧-ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ତୁରନ୍ତ ବାତିଲ କରିଛି । ସରକାର କହିଛନ୍ତି ଯେ ପାକିସ୍ତାନ ବିଶ୍ୱସନୀୟ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ ।
୨-ବୁଧବାର ଠାରୁ ସମନ୍ୱିତ ଚେକ୍ ପୋଷ୍ଟ ଅଟାରୀକୁ ବନ୍ଦ କରିଦିଆଯାଇଛି । ଯେଉଁମାନେ ପ୍ରମାଣପତ୍ର ସହିତ ପାର୍ ହୋଇଥିଲେ ସେମାନଙ୍କୁ ମେ ୧ତାରିଖ ପୂର୍ବରୁ ସେହି ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯାଇଛି।
୩-ଭାରତ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ତୁରନ୍ତ ସ୍ଥଗିତ କରିବାର ଘୋଷଣା କରିଛି । ସିସିଏସ ବୈଠକରେ ନିଆଯାଇଥିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ଭିସା ବାତିଲ କରାଯାଇଛି । ସାର୍କ ଅଧୀନରେ ଭିସା ସୁବିଧା ମଧ୍ୟ ଉଚ୍ଛେଦ କରାଯାଇଛି।
୪-ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଉଚ୍ଚାୟୋଗରେ ପ୍ରତିରକ୍ଷା, ନୌସେନା ଏବଂ ବାୟୁ ପରାମର୍ଶଦାତାମାନଙ୍କୁ ବ୍ୟକ୍ତିଗତ ଭାବରେ ଅଣ-ଅନୁଗ୍ରହୀ ଘୋଷଣା କରାଯାଇଛି ଏବଂ ଦେଶ ଛାଡିବାକୁ ଗୋଟିଏ ସପ୍ତାହ ସମୟ ଦିଆଯାଇଥିଲା । ଭାରତ ମଧ୍ୟ ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗରୁ ନିଜର ପ୍ରତିରକ୍ଷା କର୍ମଚାରୀମାନଙ୍କୁ ଫେରିଆସିବାକୁ ଘୋଷଣା କରିଛି ।
୫-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟିର ବୈଠକ ପରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ବିଳମ୍ବିତ ସାରେ କହିଥିଲେ ଯେ ମେ ୧ ସୁଦ୍ଧା କୂଟନୈତିକ ସମ୍ପର୍କକୁ ଆହୁରି ହ୍ରାସ କରାଯିବ । ଏହା ଅଧୀନରେ ପାକିସ୍ତାନୀ ଏବଂ ଭାରତୀୟ ଦୂତାବାସରେ ମୋଟ ନିଯୁକ୍ତିପ୍ରାପ୍ତ ଲୋକଙ୍କ ସଂଖ୍ୟା ୫୫ ରୁ ୩୦ କୁ ହ୍ରାସ କରାଯିବ ।
୬-ସରକାର ଗୁରୁବାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବାକୁ ତୁରନ୍ତ ସ୍ଥଗିତ କରିଛନ୍ତି । ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଏପ୍ରିଲ ୨୭ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଛି । କିନ୍ତୁ, ଯେଉଁମାନଙ୍କର ମେଡିକାଲ ଭିସା ଅଛି ସେମାନେ କେବଳ ଏପ୍ରିଲ ୨୯ ପର୍ଯ୍ୟନ୍ତ ରହିପାରିବେ ।
୭-ସୀମା ସୁରକ୍ଷା ବାହିନୀ ବା ବିଏସଏଫ୍ ପଞ୍ଜାବର ଅଟାରୀ, ହୁସେନିୱାଲା ଏବଂ ସାଦକିରେ ରିଟ୍ରିଟ୍ ସମାରୋହ ସମୟରେ ଉତ୍ସବ ପ୍ରଦର୍ଶନକୁ ହ୍ରାସ କରିବା ପାଇଁ ଏକ ନିଷ୍ପତ୍ତି ନେଇଛି । ପ୍ରମୁଖ ପରିବର୍ତ୍ତନଗୁଡ଼ିକ ମଧ୍ୟରେ ଭାରତୀୟ ଗାର୍ଡ କମାଣ୍ଡର, ପ୍ରତିପକ୍ଷ ଗାର୍ଡ କମାଣ୍ଡରଙ୍କ ସହିତ ହାତ ମିଳାଇବାକୁ ସ୍ଥଗିତ ରଖାଯାଇଛି । ସମାରୋହ ସମୟରେ ଫାଟକଗୁଡ଼ିକ ବନ୍ଦ ରହିବ । ବିଏସଏଫ୍ କହିଛି କି, ଏହି ପଦକ୍ଷେପ ସୀମାପାର ଶତ୍ରୁତା ଉପରେ ଭାରତର ଗମ୍ଭୀର ଚିନ୍ତାକୁ ପ୍ରତିଫଳିତ କରେ ଏବଂ ଏହି କଥାକୁ ପ୍ରମାଣିତ କରିଥାଏ କି, ଶାନ୍ତି ଏବଂ ଉତ୍ତେଜନା କେବେବି ଏକାଠି ସହାବସ୍ଥାନ କରିପାରିବେ ନାହିଁ ।
ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀମାନଙ୍କ ଭିସା ରଦ୍ଦ କରି ସେମାନଙ୍କୁ ତୁରନ୍ତ ରାଜ୍ୟରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଗୃହମନ୍ତ୍ରୀ କହିଛନ୍ତି, ପାକିସ୍ତାନ ନାଗରିକ ଯେକୌଣସି ପ୍ରକାର ଭିସା ନେଇ ଭାରତ ଆସିଥିଲେ ବି ତୁରନ୍ତ ଭିସା ରଦ୍ଦ କରି ସେମାନଙ୍କୁ ଭାରତର ବିଦା କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିଲା ସୁରକ୍ଷା କ୍ୟାବିନେଟ କମିଟି ବୈଠକ । ବୈଠକରେ ପାକିସ୍ତାନକୁ ଉଚିତ୍ ଜବାବ୍ ଦେବାକୁ ନିଷ୍ପତ୍ତି ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରୁ ସିନ୍ଧୁ ଜଳ ଚୁକ୍ତି ବଳବତ୍ତର ଅଛି । ସିନ୍ଧୁ ନଦୀକୁ ପାକିସ୍ତାନର ଜୀବନରେଖା ବୋଲି ବିବେଚନା କରାଯାଏ । ୨୧ କୋଟିରୁ ଅଧିକ ଜନସଂଖ୍ୟା ସେମାନଙ୍କର ଜଳ ଆବଶ୍ୟକତା ପୂରଣ କରିବା ପାଇଁ ସିନ୍ଧୁ ଏବଂ ଏହାର ଚାରୋଟି ଶାଖା ନଦୀ ଉପରେ ନିର୍ଭର କରନ୍ତି ।
ଏହା ବ୍ୟତୀତ ଅଟାରୀ ସୀମାକୁ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଭାରତ ଆସିଥିବା ପାକିସ୍ତାନୀ ନାଗରିକମାନଙ୍କୁ ଏହି ରାସ୍ତା ଦେଇ ଫେରିବା ପାଇଁ ମେ ୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଭାରତରେ ଥିବା ପାକିସ୍ତାନୀ ହାଇକମିଶନରେ ନିଯୁକ୍ତ ପାକିସ୍ତାନୀ ପ୍ରତିରକ୍ଷା ପରାମର୍ଶଦାତାମାନଙ୍କୁ ଦେଶ ଛାଡିବା ପାଇଁ ଗୋଟିଏ ସପ୍ତାହ ସମୟ ଦିଆଯାଇଥିଲା। ଏହା ସହିତ, ଉଭୟ ହାଇକମିଶନରେ ନିଯୁକ୍ତ କର୍ମଚାରୀଙ୍କ ସଂଖ୍ୟା ୫୦ ରୁ ୩୦ କୁ ହ୍ରାସ କରାଯାଇଛି ।
ସେପଟେ ଆତଙ୍କୀ ଆକ୍ରମଣ ପରେ ବଡ଼ ଆକ୍ସନ ନେଇଛି ଭାରତୀୟ ସେନା । ଜମ୍ମୁକାଶ୍ମୀର ବାନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଲସ୍କର ଆତଙ୍କୀ ଟପ୍ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛି ।
ଆଜି (ଶୁକ୍ରବାର) ସକାଳୁ ସକାଳୁ ବାନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା । ଏହାପରେ ବାନ୍ଦିପୋରା ଜିଲ୍ଲାକୁ ଘେରାବନ୍ଦୀ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଲୁଚି ରହିଥିବା ଆତଙ୍କୀ ସୁରକ୍ଷାବାହିନୀ ଉପରକୁ ଗୁଳି ଚଲାଇଥିଲେ । ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ । ଏଥିରେ ଲସ୍କର ଆତଙ୍କୀ ଟପ୍ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛି । ଏନକାଉଣ୍ଟରରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁରେ ଏହା ଚତୁର୍ଥ ଏନକାଉଣ୍ଟର ।
ମୋଦି ହେ ତୋ ମୁମକିନ୍ ହେ
ଏହା ସବୁଥର ପରି ନୁହେଁ ଏହା ଏକ ନୂତନ ସିଦ୍ଧାନ୍ତର ଆରମ୍ଭ - ଯେଉଁଠାରେ ପ୍ରତିଶୋଧ ତୁରନ୍ତ, ପ୍ରଭାବଶାଳୀ ଏବଂ ଅନୁତାପ ବିନା ହୋଇଥାଏ। ଏହା ନିଷ୍କ୍ରିୟ ପ୍ରତିରୋଧରୁ ସକ୍ରିୟ ପ୍ରତିଶୋଧ ଆଡ଼କୁ ଏକ ଐତିହାସିକ ପରିବର୍ତ୍ତନ।
ଏହା ହେଉଛି ନୂତନ ଭାରତ । ଏବଂ ନୂତନ ଭାରତ ତାର ମେରୁଦଣ୍ଡରେ ଇସ୍ପାତ ଏବଂ ସଂକଳ୍ପରେ ଅଗ୍ନି ସହିତ ଜବାବ ଦେଉଛି।












Click it and Unblock the Notifications