ନିଜ ମାତା-ପିତାଙ୍କୁ ସୈଇତାନ କହିଲେ ଭାଇରାଲ IIT'ବାବା, ଜାଣନ୍ତୁ କିପରି ଥିଲା ପରିବାର

IIT Baba Abhay Singh: ମହାକୁମ୍ଭ ୨୦୨୫'ରେ ଆରମ୍ଭ ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କାହାଣୀ ବର୍ତ୍ତମାନ ରହିଛି ଚର୍ଚ୍ଚାରେ । ହେଲେ ଟ୍ରେଣ୍ତରେ ରହିଛନ୍ତି IIT Baba ଆଜ୍ଞା, ହଁ ଆଇଆଇଟି ବାବାଙ୍କୁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ କାହାଣୀ ସାମ୍ନାକୁ ଆସୁଛି । ଏପରିକି ଲୋକେ ମଧ୍ୟ ତାଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି । ନିକଟରେ IIT Baba ଅଭୟ ସିଂହଙ୍କ ପରିବାର ମଧ୍ୟ ନିଜ ପୁଅକୁ ଭେଟିବା ପାଇଁ କୁମ୍ଭମେଳାରେ ପହଞ୍ଚିଥିଲେ । ହେଲେ ପରିବାର ଆସୁଛି ଜାଣିବା ମାତ୍ରେ କୁମ୍ଭମେଳା ଛାଡି ଚାଲି କେଉଁ ଆଡେ ଚାଲି ଯାଇଥିଲେ IIT Baba Abhay Singh ।

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଅଭୟ ସିଂହଙ୍କ ବାପା କରଣ ସିଂହ ଗ୍ରେୱାଲ କହିଛନ୍ତି ଯେ ତାଙ୍କ ପୁଅ ବହୁତ ଇମୋସନାଲ ଏବଂ ସେ ଛୋଟ ଛୋଟ କଥା ମନ ଦୁଃଖ କରି ନିଅନ୍ତି । ସେଥିପାଇଁ ସେ ମୋତେ ଜଣେ ନିଷ୍ଠର ବାବାରା ଭୂମିକା ଦେଇଛନ୍ତି ।

IIT Baba Abhay Singh

ଅଭୟ ସିଂହଙ୍କ ପିତା ଆହୁରି କହିଛନ୍ତି, ମୋ ଏକ ମାତ୍ର ପୁଅ ଘରୋଇ କଳହ ଯୋଗୁଁ ଆମଠୁ ଅଲଗା ହୋଇଯାଇଛି । ମୋର ଏବଂ ମୋ ପତ୍ନୀ ମଧ୍ୟରେ ହେଉଥିବା ଝଗଡ଼ା ମୋ ପୁଅର ପୁରା ଜୀବନ ନଷ୍ଟ କରିଦେଇଛି । ତାଙ୍କୁ ପିରବାରଠୁ ଅଲଗା ହେବା ପାଇଁ ବାଧ୍ୟ କରି ଦେଇଛି । ମୋ ପୁଅ ଘରୋଇ କଳହରୁ ଏତେ ମାତ୍ରାରେ ଚିନ୍ତିତ ଥିଲା ଯେ ସେ, ନିଜ ଘରେ ହେଉଥିବା ହିଂସାର ପ୍ରଭାବ କିପରି ଏକ ଛୁଆ ଉପରେ ପଡିଥାଏ ସେନେଇ ଆଇନ ବ୍ୟବସ୍ଥାକୁ ପତ୍ର ମଧ୍ୟ ଲେଖିଥିଲା ।


ଆମ ମଧ୍ୟରେ ହେଉଥିବା ଝଗଡ଼ା ପାଇଁ ମୋ ପୁଅକୁ ଆଧ୍ୟାତ୍ମିକତା ଗ୍ରହଣ କରିବାକୁ ବାଧ୍ୟ ହୋଇଛି ଏବଂ ସାଂସାରିକ ଜୀବନ ତ୍ୟାଗ କରିବାକୁ ବାଧ୍ୟ ହୋଇଛି,ମୁଁ ଯାହା ରୋଜଗାର କରିଛି ତାହା ସବୁ ମୋ ପୁଅର। ଏପରି ନିଷ୍ପତ୍ତିରେ କୌଣସି ପିତାମାତା ଖୁସି ହେବେ ନାହିଁ। ମୁଁ ଏବେ କେବଳ ପ୍ରାର୍ଥନା କରୁଛି ଯେ ସେ ଖୁସିରେ ରୁହନ୍ତୁ।

ଆଇଆଇଟିଏନ୍ ବାବା ଅଭୟ ସିଂହ ତାଙ୍କ ପିତାମାତାଙ୍କୁ ସୈତାନ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ସେ ତାଙ୍କ ପିତାଙ୍କ ବିନାଶ ସୁନିଶ୍ଚିତ କରିଥିଲେ। ଏକ ଗଣମାଧ୍ୟମ ସଂଗଠନକୁ ସାକ୍ଷାତକାର ଦେଇ ତାଙ୍କ ପିତାମାତାଙ୍କ ସହ ସମ୍ପର୍କ ବିଷୟରେ ସେ କହିଥିଲେ, "ମୁଁ ତାଙ୍କର ଅର୍ଥାତ୍ ପିତାଙ୍କରବିନାଶ ସୁନିଶ୍ଚିତ କରି ଏଠାକୁ ଆସିଛି। ବାପାଙ୍କ ପାଇଁ ଏକ ସମୟସୀମା ପ୍ରସ୍ତୁତ କରାଯାଇଛି, ତାଙ୍କ କର୍ମ ଖୁବ ଖରାପ । ଭଗବାନ ରାମଙ୍କୁ ମଧ୍ୟ ତାଙ୍କର କର୍ତ୍ତବ୍ୟ ପାଳନ କରିବାକୁ ପଡିଲା। ମୁଁ କେବେ ତାଙ୍କ ଘରକୁ ଫେରିବି ନାହିଁ।"

ଅଭୟ ସିଂହ ଆହୁରି କହିଛନ୍ତି, ତାହା ଘର ନୁହେଁ, ଏକ ନିର୍ଯାତନା କୋଠରୀ ଥିଲା । ଆଇଆଇଟିଏନ୍ ବାବା ଅଭୟ ସିଂହ କହିଥିଲେ ଯେ ସେ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରେ ଫିନାଇଲ୍ ପିଇଥିଲେ। ଅଭୟ ସିଂହ ତାଙ୍କ ଘରକୁ ଏକ ନିର୍ଯାତନା କୋଠରୀ ବୋଲି କହିଛନ୍ତି। ସେ କହିଥିଲେ ଯେ ସେ ପିତାମାତାଙ୍କ ବଦଳରେ ପିଶାଚ ପାଇଛନ୍ତି।

ଅଭୟ ସିଂହଙ୍କ ମାଆ ଶୀଲା ଦେବୀ ମଧ୍ୟ ଜଣେ ଓକିଲ। ଶୀଲା ଦେବୀ କହିଛନ୍ତି, ଏବେ ମୁଁ କେବଳ ମୋ ପିଲାର ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ସେ ଯାହା କରିବାକୁ ନିଷ୍ପତ୍ତି ନେଇଛନ୍ତି, ସେଥିରେ ସଫଳ ହେଉ। ସେ ଯଦି ସ୍ଥିର ହୋଇ ଏକ ସ୍ଥିର ପାରିବାରିକ ଜୀବନଯାପନ କରନ୍ତି ତେବେ ଭଲ ହେବ।'

ଅଭୟ ସିଂହଙ୍କ ଜନ୍ମ ୩ ମାର୍ଚ୍ଚ ୧୯୯୦ରେ ଝାଜ୍ଜରର ସାସରୋଲି ଗାଁରେ ହୋଇଥିଲା। ଅଭୟ ସିଂହ ଏବଂ ତାଙ୍କ ବଡ଼ ଭଉଣୀଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିଲା, କିନ୍ତୁ ବିବାହ ପରେ ସେ କାନାଡା ଚାଲିଯାଇଥିଲେ । ଅଭୟ ସିଂହ ଝଜ୍ଜରରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ସେ ଦିଲ୍ଲୀରେ IIT ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ପ୍ରଥମ ପ୍ରୟାସରେ, ସେ ୨୦୦୮ ମସିହାରେ ଆଇଆଇଟି-ମୁମ୍ବାଇରେ ପ୍ରବେଶ ପାଇଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+