କୁକୁର ପାଇଁ ରାସ୍ତାରେ ବିକ୍ଷୋଭ
ଦିଲ୍ଲୀ ଓ ଏନସିଆରରୁ ବୁଲା କୁକୁରଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳରେ ରଖିବାକୁ ସୁପ୍ରିମକୋର୍ଟ ଚଳିତମାସ ୧୧ରେ ଯେଉଁ ନିର୍ଦେଶ ଦେଇଛନ୍ତି, ତାହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ପଶୁପ୍ରେମୀ ଓ ପଶୁ ଅଧିକାର କର୍ମକର୍ତ୍ତାମାନେ ପ୍ରତିବାଦର ସ୍ବର ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ତାମିଲନାଡୁର ରାଜଧାନୀ ଚେନ୍ନଇରେ କୁକୁରପ୍ରେମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ହାତରେ ବିଭିନ୍ନ ପ୍ରକାର ପ୍ଲାକାର୍ଡ ଏବଂ କେତେକ ବିକ୍ଷୋଭକାରୀ ବୁଲା କୁକୁରକୁ ଧରି ବିକ୍ଷୋଭରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି।
'ଦିଲ୍ଲୀ କୁକୁରଙ୍କୁ ରକ୍ଷା କର', 'ସେମାନଙ୍କ ଜୀବନ ମଧ୍ୟ ମୂଲ୍ୟବାନ' ବୋଲି ପ୍ଲାକାର୍ଡରେ ଲେଖାଯାଇଛି। ଶନିବାର ପଶୁପ୍ରେମୀମାନେ ଦିଲ୍ଲୀର ଇଣ୍ଡିଆ ଗେଟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି। ସ୍ବାଧୀନତା ଦିବସ ପାଇଁ ଦିଲ୍ଲୀରେ ବିକ୍ଷୋଭ, ପ୍ରଦର୍ଶନ ଉପରେ ନିଷେଧାଜ୍ଞା (ଧାରା ୧୬୩) ଜାରି କରାଯାଇଥିବା ସତ୍ତ୍ବେ ବିକ୍ଷୋଭ ଆୟୋଜିତ ହୋଇଥିବରୁ ପୁଲିସ ଚାରିଟି ଏତଲା ଦାଏର କରିଛି।

ଇଣ୍ଡିଆ ଗେଟ୍ ନିକଟରୁ ହଟିଯିବାକୁ ପୁଲିସ ବାରମ୍ବାର ଅନୁରୋଧ କରିଥିବା ସତ୍ତ୍ବେ ବିକ୍ଷୋଭକାରୀମାନେ ଏହାକୁ ଅମାନ୍ୟ କରିବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ଅଗଷ୍ଟ ୧୧ ରାୟକୁ ନେଇ ଦ୍ବନ୍ଦ୍ବ ଉପୁଜିଥିବାରୁ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର.ଗବଇଙ୍କ ନିର୍ଦେଶକ୍ରମେ ଏହି ମାମଲାର ଶୁଣାଣି ବୃହତ୍ତର ପୀଠରେ କରାଯାଇଛି। ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ.ଭି.ଅଞ୍ଜାରିଆଙ୍କୁ ନେଇ ଗଠିତ ତିନିଜଣିଆ ପୀଠ ଗତ ଗୁରୁବାର ଶୁଣାଣି କରିଥିବାବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications