Get Updates
Get notified of breaking news, exclusive insights, and must-see stories!

ମୋହନ ଭାଗବତଙ୍କୁ ଚିଠି ଲେଖିଲେ କେଜ୍ରିୱାଲ,ଜାଣନ୍ତୁ ଚିଠିରେ କଣ କଲେ ଉଲ୍ଲେଖ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବା ପୂର୍ବରୁ ରାଜନୀତି ସରଗରମ ହୋଇଛି। ଆମ ଆଦ୍‌ମୀ ପାର୍ଟୀର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କେଜ୍‌ରିଓ୍ବାଲ ଭାଗବତଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। ଅନ୍ୟପକ୍ଷରେ ଆଜି ଏହାକୁ କାଉଣ୍ଟର କରି ଦିଲ୍ଲୀ ବିଜେପି ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି ଓ ନୂଆ ବର୍ଷରେ ୫ଟି ସଂକଳ୍ପ ନେବାକୁ ପରାମର୍ଶ ଦିଆଯାଇଛି।

ଗତ ଡିସେମ୍ବର ୩୦ ତାରିଖରେ କେଜ୍ରିୱାଲ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନିକଟକୁ ପଠାଇଥିବା ଚିଠିରେ ଲେଖିଛନ୍ତି, "ଗଣମାଧ୍ୟମରେ ଖବର ଆସୁଛି ଯେ ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ଭୋଟ୍ ମାଗିବ ଆରଏସଏସ। ଏହା କ'ଣ ଠିକ୍? ଏହା ପୂର୍ବରୁ ଲୋକେ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି ଯେ ଅତୀତରେ ବିଜେପି ଯେଉଁ ଭୁଲ୍ କାମ କରିଛି, ଆରଏସଏସ୍ କ'ଣ ସେଗୁଡ଼ିକୁ ସମର୍ଥନ କରୁଛି?

Arvind Kejriwal amp amp mohan

ବିଜେପି ନେତାମାନେ ଖୋଲାଖୋଲି ଭାବେ ଟଙ୍କା ଦେଇ ଭୋଟ୍ କିଣୁଛନ୍ତି। ଆରଏସଏସ କ'ଣ ଏହାକୁ ସମର୍ଥନ କରୁଛି? ବ୍ୟାପକ ସଂଖ୍ୟକ ଗରିବ, ଦଳିତ, ପୂର୍ବାଞ୍ଚଳ ଲୋକ ଓ ବସ୍ତିବାସିନ୍ଦା ଯେପରି ଭୋଟ୍ ନଦେଇ ପାରିବେ, ସେ ନେଇ ପ୍ରୟାସ କରୁଛି ବିଜେପି। ସେମାନେ ବହୁ ବର୍ଷ ଧରି ଦିଲ୍ଲୀରେ ରହୁଥିଲେ ହେଁ ସେମାନଙ୍କ ଅଧିକାର ଛଡ଼ାଇ ନେବାକୁ ପ୍ରୟାସ କରାଯାଉଛି। ଆରଏସଏସକୁ କ'ଣ ଲାଗୁଛି, ଏଭଳି କରିବା ଭାରତୀୟ ଗଣତନ୍ତ୍ର ପାଇଁ ଠିକ୍? ଆପଣଙ୍କୁ କ'ଣ ଲାଗୁନି ଯେ ବିଜେପି ଏହିଭଳି ଭାବେ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରି ଦେଉଛି।"

ସୋମବାର ଆପ୍‌ର ମୁଖପାତ୍ର ପ୍ରିୟଙ୍କା କକ୍କଡ ଭାଜପା ଉପରେ ଅଭିଯୋଗ କରିଛନ୍ତି ଯେ ଶାହାଦରା ବିଧାନସଭା ଅଞ୍ଚଳରୁ ଭାଜପା ନେତା ବିଶାଳ ଭରଦ୍ୱାଜ ମତଦାତାମାନଙ୍କ ନାମ ହଟାଇବାକୁ ଚେଷ୍ଟା କରୁଛନ୍ତି। ଭାଜପାର ପୂର୍ବତନ ଏମ୍‌ପି ପରବେଶ ବର୍ମା ନୂଆଦିଲ୍ଲୀ ବିଧାନସଭା ଅଞ୍ଚଳରେ ଭୋଟ ଲାଗି ଟଙ୍କା ବାଣ୍ଟିବା ଅଭିଯୋଗ ନେଇ ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

କେଜ୍ରିୱାଲଙ୍କ ଏହି ଚିଠିର ଜବାବରେ ଦିଲ୍ଲୀ ବିଜେପି ପକ୍ଷରୁ ତାଙ୍କ ନିକଟକୁ ଏକ ଚିଠି ପଠାଯାଇଛି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ତାଙ୍କ ପାଖକୁ ପଠାଇଥିବା ଚିଠିରେ ନୂଆ ବର୍ଷରେ ୫ଟି ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ସଚଦେବ ଲେଖିଛନ୍ତି, ମୋର ବିଶ୍ୱାସ ଅଛି ଯେ ଆପଣ ଆଉ କେବେ ବି ଆପଣଙ୍କ ଛୁଆଙ୍କ ନାଁ ନେଇ ମିଛ ଶପଥ ନେବେ ନାହିଁ।

ଆପଣ ମିଛ ପ୍ରତିଶ୍ରୁତି ଦେଇ ଦିଲ୍ଲୀର ମହିଳା, ବରିଷ୍ଠ ନାଗରିକ ଓ ଧାର୍ମିକ ବ୍ୟକ୍ତିଙ୍କ ଭାବନା ସହ ଖେଳିବେ ନାହିଁ। ଦିଲ୍ଲୀରେ ମଦ ବିକ୍ରିକୁ ପ୍ରୋତ୍ସାହିତ କରିଥିବାରୁ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିବେ। ଯମୁନା ନଦୀକୁ ସଫା କରିବା ନାଁରେ ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ଓ ଏଥିରେ ହୋଇଥିବା ଦୁର୍ନୀତି ପାଇଁ ଆପଣ ସର୍ବଜନରେ କ୍ଷମା ମାଗିବେ। ଆପଣ ରାଜନୀତିକ ସ୍ୱାର୍ଥ ପାଇଁ ବିରୋଧୀଙ୍କ ସହି ନମିଶିବା ଓ ଚାନ୍ଦା ନ ନେବା ପାଇଁ ସଂକଳ୍ପ ନେବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+