ହୋମ୍ ଲୋନ୍: ସରକାର ଦେବେ ୬୦ ହଜାର କୋଟିର ସବ୍‌ସିଡି

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇପାରେ ନୂଆ ସ୍କିମ୍ । ସରକାର ଏବେ ଗୃହ ଋଣ ଉପରେ ସବସିଡି ଦେବା ପାଇଁ ଯୋଜନା କରୁଛନ୍ତି । ସୂତ୍ରରୁ ଅନୁସାରେ, ଆସନ୍ତା ୫ ବର୍ଷ ପାଇଁ ସ୍କଳ୍ ଅର୍ବାନ୍ ହାଉସିଂ ବା କ୍ଷୁଦ୍ର ସହରାଞ୍ଚଳ ଗୃହ ଉପରେ ସବସିଡି ଋଣ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୦ ହଜାର କୋଟି ଟଙ୍କାର ଖର୍ଚ୍ଚ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏପରି ସରକାରଙ୍କ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇ ପାରେ ବୋଲି ସୂଚନା ରହିଛି । ସେହିପରି ସବସିଡି ପାଇଁ ବ୍ୟାଙ୍କମାନଙ୍କ ସହ ମଧ୍ୟ ଖୁବ୍ ଶୀଘ୍ର ଆଲୋଚନା କରିପାରନ୍ତି ସରକାର । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସ୍ୱାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ସ୍କିମ୍ ସମ୍ପର୍କରେ ନିଜର ଅଭିଭାଷଣରେ କହିଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖବରକୁ ନେଇ କୌଣସି ସରକାରୀ ସୂଚନା ପ୍ରକାଶ ପାଇ ନାହିଁ ।

home loan

ସୂଚନା ଅନୁସାରେ, ଏହି ସ୍କିମରେ ଲୋନ ରାଶି ୯ ଲକ୍ଷ କିନ୍ତୁ ୩ ରୁ ୬.୫ ପ୍ରତିଶତ ମଧ୍ୟରେ ବାର୍ଷିକ ସବସିଡି ରହିବ । ଋଣ ରାଶି ପ୍ରଦାନ କରିବାର କାର୍ଯ୍ୟକାଳ ୨୦ ବର୍ଷ ରହିଥିବା ବେଳେ ୫୦ ଲକ୍ଷରୁ କମ ଋଣ ରାଶି । ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ସୁଧ ସିବସିଡି ସିଧାସଳଖ ହିତାଧିକାରୀଙ୍କ ହୋମ ଲୋନ୍ ନେଇଥିବା ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହେବ । ଏହି ସ୍କିମ୍ ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ତଳର ମଞ୍ଜୁରି ମଧ୍ୟ ନିଆଯିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୦୨୮ ପର୍ଯ୍ୟନ୍ତ ପ୍ରସ୍ତାବିତ ଏହି ସ୍କିମକୁ ପୂର୍ଣ୍ଣ ପଞ୍ଜୁରି ଦିଆଯାଇ ପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+