ଆପଣ ଜନ୍ମଦିନରେ କେକ୍ କାଟନ୍ତି କି ? ତେବେ ଜନ୍ମଦିନରେ କାହିଁକି କେକ୍ କଟାଯାଏ ଚାଲନ୍ତୁ ଜାଣିବା ?

ଜନ୍ମ ଦିନ ପ୍ରତ୍ୟେକଙ୍କ ଜୀବନର ଏକ ଅମୂଲ୍ୟ ଦିନ । ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ସମସ୍ତେ ଅନାଇ ବସିଥାନ୍ତି। ତେବେ ଏହି ପବିତ୍ର ଦିନ ନୂଆ ଆଶା ଓ ଆକାଂକ୍ଷା ନେଇ ସମସ୍ତଙ୍କ ଜୀବନରେ ଆସିଥାଏ। ଆଉ ଆମେ ପ୍ରତି ବର୍ଷ ଏହାକୁ ପାଳନ କରୁ । ତେବେ ଜନ୍ମଦିନରେ କାହିଁକି କେକ୍ କଟାଯାଏ ଆପଣ ତାହା ଜାଣନ୍ତୁ କି ?

ଆମେ ସମସ୍ତେ ଜାଣିଛେ ଭାରତୀୟ ପରମ୍ପରାରେ କେକ୍ କାଟିବା ବୋଲି କୌଣସି ଜିନିଷ ନାହିଁ । ହେଲେ ଆମ ମାନଙ୍କ ଘରେ ଏହି ପର୍ବ ଏବେ ହେଲାଣି । ଆଗରୁ ଏହା ହେଉ ନଥିଲା । ଆଗରୁ ଜନ୍ମ ଦିନରେ ମିଠା ବାଣ୍ଟି, ଘରେ ପୁରୀ ଖିରି ଦିଆଯାଉଥିଲା ।

ତେବେ ଜନ୍ମଦିନରେ କାହିଁକି କେକ୍ କଟାଯାଏ ?

ଜନ୍ମଦିନରେ କେକ୍ କାଟିବା ଏବେ ସବୁଠି । ବର୍ତ୍ତମାନ କେକ୍ ବିନା ଜନ୍ମଦିନ ଅସମ୍ପୂର୍ଣ୍ଣ ଧରାଯାଉଛି । ଦିନ ଥିଲା ବିନା କେକରେ କେବଳ ନୂଆ ପୋଷାକ ପିନ୍ଧି ମିଠା ଖାଇ, ମନ୍ଦିର ଯାଇ ଜନ୍ମଦିନ ପାଳନ କରୁଥିଲେ ।

birthday with cake

ତେବେ ଆପଣ ଜାଣିଛନ୍ତି କି? ଏହି କେକ୍ କାଟିବା ପରମ୍ପରା କେତେ ଆରମ୍ଭ ହେଲା ଏବଂ ଏହା କେଉଁଠୁ ଆସିଲା?

ଏହି କେକ୍ କାଟିବା ପରମ୍ପରା ପାଶ୍ଚତ୍ୟ ଇଜିପଟ୍ ଦେଶରୁ ଭାରତକୁ ଆସିଛି । ଇଜିପଟରେ ଜନ୍ମଦିନ ର ଅର୍ଥ ନୁହେଁ ଯେ ପୃଥିବୀରେ କେହି ଜନ୍ମ ହେବାର ପ୍ରକୃତ ଦିନ । ଏହା ଜଣେ ଫାରୋଙ୍କ ଶବକୁ ଏକ ଦେବତା ବା ଦେବୀ ଭାବରେ ଚିହ୍ନିତ କରିବା ପାଇଁ ବ୍ୟବହୃତ ହୋଇଥିଲା ।

ସେଦିନ ଇଜିପ୍ଟର ଲୋକେ ପିଠା ବା କେକ୍ କାଟି ଦେବୀ/ଦେବତାଙ୍କୁ ସ୍ୱାଗତ କରିଥିଲେ । ଇଜିପ୍ଟୀୟମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଗ୍ରୀକ୍ମାନେ 'ଜନ୍ମ' ପରମ୍ପରାକୁ ଗ୍ରହଣ କରି ଟେବୁଲକୁ ଏକ ପିଠା /କେକ୍ ଆଣିଥିଲେ ।

ତେବେ ଜର୍ମାନମାନେ ଖ୍ରୀଷ୍ଟମାସ ଗଛ ସହିତ ଜନ୍ମଦିନର ପିଠା ସହିତ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ କରୁଥିଲେ । ଜନ୍ମଦିନର ପିଠା ଯୀଶୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ଏକ ପାରମ୍ପାରିକ ପଦ୍ଧତିରେ ପରିଣତ ହେବା ପରେ, ପିଠା /କେକ୍ ଉପାଦାନ ଶେଷରେ ପିଲାମାନଙ୍କ ଜନ୍ମଦିନରେ ଯୋଗ କରାଯାଇଥିଲା । ଜର୍ମାନମାନେ ଶିଶୁର ଜନ୍ମଦିନ ପାର୍ଟିକୁ "କିନ୍ଦରଫେଷ୍ଟ" ବୋଲି କୁହନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+