ଯାଞ୍ଚ ହେଲା ବ୍ୟାଗ, ରାଗିଗଲେ ଉଦ୍ଧବ
ଯାଞ୍ଚ କରୁଥିବା ଅଫିସରଙ୍କ ଉପରେ ରାଗିି ନିଆଁବାଣ ହେଲେ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ । ସୋମବାର ନିର୍ବାଚନ ପ୍ରଚାର ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୟାଭାଟମାଲର ଭାନି ବିମାନବନ୍ଦରରେ ପହଞ୍ଚିଥିବା ବେଳେ ନିର୍ବାଚନ ଆୟୋଗ ତାଙ୍କ ବ୍ୟାଗରେ ଖୋଜାଖୋଜି କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବ୍ୟାଗ ଚେକ ପ୍ରସଙ୍ଗରେ ଉଦ୍ଧବ ଠାକରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ନିଜେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ସୂଚନାମୁତାବକ, ନିର୍ବାଚନ ଅଧିକାରୀମାନେ ଉଦ୍ଧବ ଠାକରେଙ୍କ ହେଲିକାପ୍ଟରର ଯାଞ୍ଚ କରିଥିଲେ । ଏହାପରେ ଉଦ୍ଧବଙ୍କ ବ୍ୟାଗ ଯାଞ୍ଚ କରିଥିଲେ ଅଧିକାରୀ । ଏହା ଦେଖି ରାଗି ଯାଇଥିଲେ ଠାକରେ ଏବଂ ଅଧିକାରୀଙ୍କୁ ରାଗିକି ପ୍ରଶ୍ନ ଉପରେ ପ୍ରଶ୍ନ କରିଥିଲେ ଏବଂ ଏହାର ଭିଡିଓ ନିଜେ କରିଥିଲେ । ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଏପର୍ଯ୍ୟନ୍ତ ମୋ ପୁୂର୍ବରୁ କାହା କାହାର ବ୍ୟାଗ୍ ଚେକ କରିଛ? ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାରଙ୍କ ବ୍ୟାଗ୍ କୁ ଚେକ୍ କରୁଛନ୍ତିି ?

ମୋଦି ଏବଂ ଅମିତ୍ ଶାହଙ୍କର ବ୍ୟାଗ ଚେକ୍ କରିଛନ୍ତି? ଏଭଳି ରାଗିକି ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ । ଏହି ଘଟଣାକୁ ନେଇ ଅନେକ ରାଜନୈତିକ ବାକ୍ ଚାତୁରି ମଧ୍ୟ କରାଯାଉଛି। ଏଏପି ଏମପି ସଞ୍ଜୟ ସିଂ କହିଛନ୍ତି ଯେ ମହାରାଷ୍ଟ୍ରର କେହି ବାଲା ସାହେବ ଠାକରେଙ୍କ ଦଳ ସହ ଦୁର୍ବବ୍ୟହାର କରିବାକୁ ସାହସ କରି ନାହାଁନ୍ତି।












Click it and Unblock the Notifications