ଡିଏନଏ ପରୀକ୍ଷାରୁ ଜଣାପଡିଛି ଯେ ତାଙ୍କ ପୂର୍ବପୁରୁଷମାନେ ଭାରତୀୟ, ଇଣ୍ଡୋନେସିଆର ରାଷ୍ଟ୍ରପତି
ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଭାରତ ସହ ତାଙ୍କର ନୂତନ ସମ୍ପର୍କ ବିଷୟରେ କହିଛନ୍ତି ଯେ ନିକଟରେ ହୋଇଥିବା ଡିଏନଏ ପରୀକ୍ଷାରୁ ଜଣାପଡିଛି ଯେ ତାଙ୍କ ପୂର୍ବପୁରୁଷମାନେ ଭାରତୀୟ ।କିଛି ସପ୍ତାହ ତଳେ ମୋର ଜେନେଟିକ୍ ସିକ୍ୱେନ୍ସିଂ ଟେଷ୍ଟ ଓ ଡିଏନ୍ଏ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ମୋର ଡିଏନ୍ଏ ଭାରତୀୟ ବୋଲି ଜଣାପଡ଼ିଥିଲା। ସମସ୍ତେ ଜାଣନ୍ତି ଯେ ଯେତେବେଳେ ମୁଁ ଭାରତୀୟ ସଙ୍ଗୀତ ଶୁଣେ, ମୁଁ ନୃତ୍ୟ ଆରମ୍ଭ କରେ ,

ଏହା ମୋର ଭାରତୀୟ ଜିନର ଏକ ଅଂଶ ହେବା ଉଚିତ୍ । ଏହା ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ସମେତ ସମସ୍ତ ଅତିଥି ହସିଥିଲେ।ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁବିଆଣ୍ଟୋ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସ୍ଥାୟୀ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରିବାର ସୁଯୋଗ ନେଇଥିଲେ ।
ଦୁଇ ଦେଶ ମଧ୍ୟରେ ଥିବା ମିଳିତ ଐତିହ୍ୟ ଉପରେ ଗୁରୁତ୍ୱରୋପ କରି ସୁବିଆଣ୍ଟୋ କହିଥିଲେ, ଆମ ଭାଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସଂସ୍କୃତରୁ ଆସିଛି । ଅନେକ ଇଣ୍ଡୋନେସିଆ ନାମ ସଂସ୍କୃତ ନାମ ଅଟେ ।
ଆମ ଦୈନନ୍ଦିନ ଜୀବନରେ ପ୍ରାଚୀନ ଭାରତୀୟ ସଭ୍ୟତାର ପ୍ରଭାବ ବହୁତ ଦୃଢ଼ । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଏହାକୁ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି ।












Click it and Unblock the Notifications