Ahmedabad plane crash:ବର୍ତ୍ତମାନ ସୁଦ୍ଧା ୯୯ ଜଣଙ୍କ ଡିଏନଏ ମ୍ୟାଚ୍,
ଅନ୍ୟ ପକ୍ଷରେ ଡି.ଏନ୍.ଏ. ସାମ୍ପୁଲ୍ ପରୀକ୍ଷା ମାଧ୍ୟମରେ ଏହି ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ୯୯ଜଣଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ସାରିଛି । ବାକି ଡି.ଏନ୍.ଏ. ସାମ୍ପୁଲ୍ ପରୀକ୍ଷଣ ଦିନେ ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ସେହିଭଳି ୬୪ ଜଣଙ୍କର ପାର୍ଥିବ ଶରୀରକୁ ସେମାନଙ୍କ ଆତ୍ମୀୟ ସ୍ୱଜନ୍ୟଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲ୍ର ଅଧିକ୍ଷକ ଡକ୍ଟର ରାକେଶ ଯୋଶୀ ସୂଚନା ଦେଇଛନ୍ତି ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ତଥା ୨୦୧୬ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବିଜୟ ରୁପାଣିଙ୍କର ଶେଷ କୃତ୍ୟ ଆଜି ସନ୍ଧ୍ୟାରେ ରାଜକୋଟ୍ ଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯାଉଛି ।












Click it and Unblock the Notifications