ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ: ବିଜେପିର ନିର୍ବାଚନ ଜିତିବାର କ୍ଷମତା କେବଳ ଗୋମୂତ୍ର ରାଜ୍ୟରେ ସୀମିତ

ନୂଆଦିଲ୍ଲୀ: ଡିଏମକେ ସାଂସଦ ଡିଏମଭି ସେନ୍ଥିକୁମାର ଏସଙ୍କ ବିବୃତ୍ତିକୁ ନେଇ ବିବାଦ । ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି, ବିଜେପିର ନିର୍ବାଚନ ଜିତିବା ଶକ୍ତି କେବଳ ହିନ୍ଦୀ ବେଲ୍ଟ ରାଜ୍ୟ ଗୁଡିକରେ ରହିଛି ଯାହାକୁ ଆମେ ଗୋମୂତ୍ର ରାଜ୍ୟ ବୋଲି ମଧ୍ୟ କହିଥାଉ । ଲୋକସଭାରେ ଦେଇଥିବା ଏହି ବିବୃତ୍ତିକୁ ନେଇ ବର୍ତ୍ତମାନ ତାଙ୍କୁ ସମାଲୋଚନା କରାଯାଉଛି ।

ସେ କହିଥିଲେ, ବିଜେପି ଦକ୍ଷିଣ ଭାରତରେ କେବେ ହେଲେ କ୍ଷମାତାକୁ ଆସିପାରିବ ନାହିଁ । ତାମିଲନାଡୁ, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ନିର୍ବାଚନ ଫଳାଫଳ ଏହାର ବଡ଼ ଉଦାହରଣ । ଏଠାରେ ଆମେ ବୁହତ ଶକ୍ତିଶାଳୀ ।

ରାଜସ୍ଥାନ, ମଧ୍ୟ ପ୍ରଦେଶ, ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଡିଏମକେ ସାଂସଦ ସେନ୍ଥିକୁମାର ଏସ୍ ଏପରି ବିବାଦିୟ ବିବୃତ୍ତି ଦେଇଥିଲେ । ଯାହା ପରେ ତାଙ୍କର ଏପରି ମନ୍ତବ୍ୟକୁ କଡା ସମାଲୋଚନା କରାଯାଉଛି ।

Winter Session of Parliament

ସମାଲୋଚନା ହେବା ପରେ ଡିଏମକେ ସାଂସଦ ସେନ୍ଥିକୁମାର କହିଛନ୍ତି, "ମୁଁ ଗୃହ ଭିତରେ କିଛି ବିବୃତ୍ତି ଦେଇଥିଲି। ସେତେବେଳେ ଗୃହମନ୍ତ୍ରୀ ଏବଂ ବିଜେପି ସଦସ୍ୟ ସେଠାରେ ଉପସ୍ଥିତ ଥିଲେ। ମୁଁ ଏହା ପୂର୍ବରୁ ମୋର ସଂସଦୀୟ ଭାଷଣରେ ମଧ୍ୟ ବ୍ୟବହାର କରିଥିଲି। ଏହା ବିବାଦୀୟ ବିବୃତ୍ତି ନୁହେଁ। ଯଦି ଏହା କାହାକୁ ଆଘାତ ଦେଇଥାଏ । ତେବେ ଆଗକୁ ଏପରି ପବୃତ୍ତି ଆଉ ଦୋହରାଇବି ନାହିଁ ।

ଡିଏମକେ ସାଂସଦ ଡିଏମଭି ସେନ୍ଥିକୁମାରଙ୍କ ଏହି ବିବୃତ୍ତିକୁ ଟାର୍ଗେଟ୍ କରି ବିଜେପି ସାଂସଦ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ରାଜ୍ୟବାସୀ ବିଜେପିକୁ ଭୋଟ ଏଥିପାଇଁ ଦେଇଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱାସ କରନ୍ତି । ଯେଉଁ ନେତା ଏପରି ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ମନୋଭାବ ସଂକୀର୍ଣ୍ଣ । ସେମାନେ ମୋଦିଙ୍କ ଲୋତପ୍ରିୟତାକୁ ସହି
ପାରୁନାହାଁନ୍ତି ।

କେବେ ଅନେକ ବିଜେପି ନେତା ଡିଏମକେ ସାଂସଦଙ୍କର ଏହି ବିବୃତ୍ତିକୁ ସମାଲୋଚନା କରୁଥିବା ବେଳେ କଂଗ୍ରେସ ସାଂସଦ କାର୍ତ୍ତି ପି.ଚିଦାମ୍ବରମ ମଧ୍ୟ ଡିଏମକେ ସାଂସଦଙ୍କ ଏହି ବିବୃତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି ଏପରି ଶଦ୍ଦ ବ୍ୟବହାର କରିବା ଉଚିତ୍ ନୁହେଁ ।ଡିଏମକେ ସାଂସଦ ଡିଏମଭି ସେନ୍ଥିକୁମାର କ୍ଷମା ମାଗିବା ସହ ନିଜ ଶଦ୍ଦ ପ୍ରତ୍ୟାହାର କରିବା ଉଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+