ୱାକଫ ଆଇନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଲା ଡିଏମକେ ସରକାର

ୱାକଫ ବୋର୍ଡ ସଂଶୋଧନ ଆଇନ ୨୦୨୫ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏପର୍ଯ୍ୟନ୍ତ ଅନେକ ଆବେଦନ ଦାଖଲ ହୋଇଛି। ଏବେ ଦ୍ରାବିଡ ମୁନେତ୍ର କାଝଗମ (DMK) ଦଳ ଏହି ଆଇନ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଡିଏମକେ ଏହି ଆଇନକୁ ଚ୍ୟାଲେଞ୍ଜ କରି କହିଛି, ଏହି ଆଇନ ତାମିଲନାଡୁର ପ୍ରାୟ ୫୦ ଲକ୍ଷ ମୁସଲମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରେ, ଏହା ସହ ସାରା ଦେଶର ପ୍ରାୟ ୨୦କୋଟି ମୁସଲମାନଙ୍କ ମୌଳିକ ଅଧିକାରକୁ ମଧ୍ୟ ଉଲ୍ଲଂଘନ କରୁଛି।

ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଅନେକ ଆବେଦନ ଦାଖଲ ହୋଇଛି। ସମସ୍ତ ଆବେଦନରେ କେବଳ ଗୋଟିଏ କଥା କୁହାଯାଇଛି ୱାକଫ ବୋର୍ଡ ସଂଶୋଧନ ଆଇନ ୨୦୨୫ ମୁସଲମାନମାନଙ୍କର ଧାର୍ମିକ ସ୍ୱାଧୀନତା ଛଡ଼ାଇ ନେବାର ଏକ ଷଡ଼ଯନ୍ତ୍ର। ଆବେଦନଗୁଡ଼ିକରେ ଏହି ଆଇନକୁ ଅଣସାମ୍ବିଧାନିକ ଘୋଷଣା କରିବାକୁ ଦାବି କରାଯାଇଛି। ଦାଖଲ କରାଯାଇଥିବା ଯାଚିକାରେ ସୁପ୍ରିମକୋର୍ଟଙ୍କୁ ଶୀଘ୍ର ଶୁଣାଣି ପାଇଁ ଆବେଦନକାରୀମାନେ ନିବେଦନ କରିଛନ୍ତି।

DMK moves Supreme Court

ଏପର୍ଯ୍ୟନ୍ତ କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ, AIMIM ସଭାପତି ଅସଦୁଦ୍ଦିନ ଓୱେସି, ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନ, ଆସୋସିଏସନ ଫର୍ ଦି ପ୍ରୋଟେକ୍ସନ ଅଫ୍ ସିଭିଲ ରାଇଟ୍ସ (APCR), ଜମିୟତ ଉଲେମା-ଏ-ହିନ୍ଦ ଅଧ୍ୟକ୍ଷ ମୌଲାନା ଅର୍ସଦ ମଦାନୀ, କେରଳର ସର୍ବୋଚ୍ଚ ମୁସଲିମ ସଂଗଠନ ସମସ୍ତ କେରଳ ଜାମିଆତୁଲ ଉଲେମା, SDPI, ତୈୟବ ଖାନ ସଲମାନୀ, ଅଞ୍ଜୁମ କାଦରୀ ଏବଂ ଇଣ୍ଡିଆନ ମୁସଲିମ ଲିଗ ଦ୍ୱାରା ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+