Get Updates
Get notified of breaking news, exclusive insights, and must-see stories!

ହଲଦୱାନୀ ହିଂସାକୁ ନେଇ ଡିଏମ୍ କହିଛନ୍ତି, ଏହି ଘଟଣା ସାମ୍ପ୍ରଦାୟିକ ନୁହେଁ, ଦଙ୍ଗାକାରୀଙ୍କ ବିରୋଧରେ ଆରମ୍ଭ ହେବ ଆକ୍ସନ

Haldwani Violence News Update: ଉତ୍ତରାଖଣ୍ଡ ହଲଦୱାନୀ ହିଂସାକୁ ନେଇ ନେନିତାଲ ଜିଲ୍ଲା ମାଜିଷ୍ଟ୍ରେଟ ଭନ୍ଦନା ସିଂ କହିଛନ୍ତି ଯେ, ଏହି ଘଟଣାରେ ପୋଲିସ ଷ୍ଟେସନ ଅଧିକ କ୍ଷତି ହୋଇଛି । ଦଙ୍ଗାକାରୀ ମାନେ ପୋଲିସ ଏବଂ ଥାନା ଉପରେ ଆକ୍ରମଣ କରିବା ଘଟଣା ଏକ ଦୁର୍ଭାଗ୍ୟଜନକ । ଅଭିଯୁକ୍ତକୁ ଚିହ୍ନଟ କରିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଏକ ସାମ୍ପ୍ରଦାୟିକ ଘଟଣା ନୁହେଁ । ତେଣୁ ଏହାକୁ ସାମ୍ପ୍ରଦାୟିକ କିମ୍ବା ସମ୍ବେଦନଶୀଳ କରାଯିବା ଉଚିତ୍ ନୁହେଁ । ଏପରି ଘଟଣା ରାଜ୍ୟ ସରକାର ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଚ୍ୟାଲେଞ୍ଜ ଦେବା ପାଇଁ ପ୍ରୟାସ କରାଯାଇଛି । ସନ୍ଧ୍ୟାରେ ପୁନର୍ବାର ଏହି ଘଟଣାକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ।

DM Nainital, Vandana Singh
ଭନ୍ଦନା ସିଂ କହିଛନ୍ତି ଯେ, ସରକାରୀ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେ ଆହୁରି କହିଛନ୍ତି , ଦଙ୍ଗାକାରୀ ମାନେ ପ୍ରଥମେ ଥାନା ଘେରି ରହିଥିଲେ ଏବଂ ପୋଲିସ ଷ୍ଟେସନରେ ଉପସ୍ଥିତ ଥିବା ଲୋକଙ୍କୁ ବାହାରକୁ ଆସିବାକୁ ଦିଆଯାଇନଥିଲା। ତାଙ୍କ ଉପରେ ପ୍ରଥମେ ପଥରରେ ଆକ୍ରମଣ କରାଯାଇଥିବା ପରେ ତାଙ୍କ ଉପରେ ପେଟ୍ରୋଲ ବମରେ ଆକ୍ରମଣ କରାଯାଇଥିଲା । ପୋଲିସ ଥାନାର ସୁରକ୍ଷା ପାଇଁ ଲୁହବୁହା ଗ୍ୟାସ ସ୍ପ୍ରେ କରିଥିଲା ।

ସେ ଆହୁରି କହିଛନ୍ତି ଯେ, ଉଚ୍ଛେଦ କାର୍ଯ୍ୟ ଜାରି ରହିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହଲଦୱାନୀର ବଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଉଛି । ସମସ୍ତଙ୍କୁ ନୋଟିସ ଏବଂ ଶୁଣାଣି କରିବାର ସୁଯୋଗ ଦିଆଯାଇଥିଲା। କେତେକ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ, କାହାକୁ ସମୟ ଦିଆଯାଇଥିବା ବେଳେ ଆଉ କାହାକୁ ସମୟ ଦିଆଯାଇ ନଥିଲା ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ହଲଦୱାନୀ ପୌର ନିଗମ ପକ୍ଷରୁ ବନଭୁଲପୁରା ଥାନା ନିକଟ ମାଲିକ ବଗିଚାରେ ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯିବା ସମୟରେ ଏହାକୁ ବିରୋଧ କରି ଉପଦ୍ରବକାରୀ ପୋଲିସ ଉପରେ ଟେକା ପଥର ମାଡ଼ ସହ ଗାଡ଼ି ପୋଡ଼ି ଦେଇଥିଲେ । ଏପରିକି ନିକଟରେ ଥିବା ଏକ ଟ୍ରାନ୍ସଫର୍ମରରେ ମଧ୍ୟ ନିଆଁ ଲଗାଇ ଦେଇଥିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ନେଇ ସୂଚନା ରହିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+