ଦୁର୍ଘଟଣାର ଶିକାର ହେଲେ ଉପମୁଖ୍ୟମନ୍ତ୍ରୀ, କାର୍ ଓଲଟି ପଡ଼ିବାରୁ.....
କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କର ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି। ସୂଚନା ମୁତାବକ, ଡିକେ ଶିବକୁମାରଙ୍କର ଏସ୍କର୍ଟ ଗାଡ଼ି ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ସମେତ ପାଞ୍ଚ ଜଣ ଏସ୍କର୍ଟ କର୍ମୀ ଆହତ ହୋଇଛନ୍ତି। ଏହି ଘଟଣାରେ ଉପମୁଖ୍ୟମନ୍ତ୍ରୀ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାରେ ସେ ଆହତ ବି ହୋଇନାହାନ୍ତି।

ଏସ୍କର୍ଟ ଗାଡ଼ି ଡିଭାଇଡରରେ ପିଟି ହୋଇ ରାସ୍ତାରେ ଓଲଟିପଡ଼ିଛି। ଏଥିରେ ୫ ଜଣ ଏସ୍କର୍ଟ କର୍ମୀ ଆହତ ହୋଇଯାଇଛନ୍ତି। ଆହତଙ୍କୁ ମୈସୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ, ଚିକିତ୍ସା କରାଯାଉଛି। ଡିକେ ଶିବକୁମାର ଦୁର୍ଘଟଣାରେ ଆହତ ଲୋକଙ୍କର ସଠିକ୍ ଚିକିତ୍ସା ଲାଗି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସପି ମଲ୍ଲିକାର୍ଜୁନ ବାଲାଦଣ୍ଡି ହସ୍ପିଟାଲ ଗସ୍ତ କରିଛନ୍ତି।












Click it and Unblock the Notifications