ବିଜେପି ନେତାଙ୍କ ବଡ଼ ଅଭିଯୋଗ, ମୋଦିଙ୍କ ଭାବମୂର୍ତ୍ତି କଳଙ୍କିତ କରିବା ପାଇଁ ଶିବକୁମାର କରିଥିଲେ ପ୍ଲାନ୍

ବେଙ୍ଗାଲୁରୁ: ଦେଶରେ ବର୍ତ୍ତମାନ ଲୋକସଭା ନିର୍ବାଚନ ଲାଗି ରାଜନୈତିକ ମାହୋଲ ରହିଛି ପୂରା ଉଷ୍ମ । ରାଜନୈତିକ ମାହୋଲ ମଧ୍ୟରେ କର୍ଣ୍ଣାଟକର ବିଜେପି ନେତା ଜି ଦେବରାଜ ଗୌଡା ରାଜ୍ୟର ଡେପୁଟି ସିଏମ୍ ତଥା ବରିଷ୍ଠ କଂଗ୍ରେସ ନେତା ଡି.କେ ଶିବକୁମାରଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି ।

ବିଜେପି ନେତା ଦାବି କରିଛନ୍ତି ଯେ ପୂର୍ବତନ ସିଏମ ତଥା ଜେଡିଏସ ରାଜ୍ୟ ସଭାପତି ଏଚଡି କୁମାରସ୍ୱାମୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିମୂର୍ତ୍ତିକୁ କଳଙ୍କିତ କରିବା ପାଇଁ ଡି.କେ ଶିବକୁମାର ୧୦୦କୋଟି ଟଙ୍କା ପ୍ରଦାନ କରିବାର ଲୋଭ ଦେଖାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ଡି.କେ ଶିବକୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ କଳଙ୍ଗିତ କରିବାକୁ ଏବଂ କୁମାରସ୍ୱାମୀଙ୍କ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁଛନ୍ତି । ସେ ଦାବି କରିଛନ୍ତି ଯେ କୃଷି ମନ୍ତ୍ରୀ ଏନ ଚଲୁଭାରାୟସ୍ୱାମୀ, ରାଜସ୍ୱ ମନ୍ତ୍ରୀ କୃଷ୍ଣ ବାଇ ଗୌଡା ଏବଂ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତ ମନ୍ତ୍ରୀ ପ୍ରିୟଙ୍କା ଖାର୍ଜଙ୍କ ସମେତ ଚାରିଜଣ ମନ୍ତ୍ରୀଙ୍କ ଏକ କମିଟି ଏହି ସମସ୍ୟାର ସମାଧାନ କରୁଛି ।

ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ବିଜେପି ଏବଂ ଜେଡି (ଏସ) ସହଯୋଗୀ ଦଳ । ଏପ୍ରିଲ ୨୧ ରେ ଲିକ୍ ହୋଇଥିବା ସାଂସଦଙ୍କ ଭିଡିଓ ରାଜ୍ୟରେ ଏନଡିଏକୁ ସମଦୁରତ୍ୱ ଆପଣାଇବାକୁ ବାଧ୍ୟ କରିଛି । ନିକଟରେ ଯୌନ ଶୋଷଣ ମାମଲାରେ ଦେବରାଜ ଗୌଡାଙ୍କୁ ଗିରଫ କରିଥିଲା । ଶନିବାର ଦିନ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା, ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଏଭଳି ଦାବି କରିଥିଲେ ।

ସେ ଦାବି କରିଛନ୍ତି ଅଶ୍ଳୀଳ ଭିଡିଓ ପ୍ରସଙ୍ଗରେ ଶିବକୁମାର ଏକ ବଡ ଷଡ଼ଯନ୍ତ୍ର ରଚିଥିଲେ । ଏହା ଅନ୍ତର୍ଗତ ସେ ପ୍ରଧାନମନ୍ତ୍ରୀ ମୋଦୀ, ଏଚଡି କୁମାରସ୍ୱାମୀ ଏବଂ ବିଜେପିର ଭାବମୂର୍ତ୍ତିକୁ କଳଙ୍କିତ କରିବାକୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ । ଏଥିପାଇଁ ମୋତେ ୧୦୦ କୋଟି ଟଙ୍କା ଦିଆଯାଇଥିଲା ଏବଂ ୫ କୋଟି ଟଙ୍କା ମଧ୍ୟ ଅଗ୍ରୀମ ଭାବରେ ପଠାଯାଇଥିଲା ।

D K Shivakumar

ଏହି ଚୁକ୍ତିରେ ମଧ୍ୟସ୍ଥତା ପାଇଁ ଜଣେ ସ୍ଥାନୀୟ ନେତାଙ୍କୁ ଚୟନ କରାଯାଇଥିଲା । ଡି.କେ ଶିବକୁମାର ତାଙ୍କ ନାମକୁ ଅଶ୍ଳୀଳ ଭିଡିଓ ମାମଲାରେ ଯୋଡି ପିଏମ ମୋଦୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚାହୁଁଥିଲେ । ଶିବକୁମାର ଏଚଡି କୁମାରସ୍ୱାମୀଙ୍କ ରାଜନୀତିକୁ ଶେଷ କରିବାକୁ ଚାହୁଁଥିଲେ ।

ବିଜେପି ନେତା ଦାବି କରିଛନ୍ତି ଯେ ଯେତେବେଳେ ସେ ଏହି ଷଡଯନ୍ତ୍ରରେ ଭାଗ ନେବାକୁ ମନା କରିଦେଇଥିଲେ ସେତେବେଳେ ତାଙ୍କୁ ଅତ୍ୟାଚାର ମାମଲାରେ ସମ୍ପୃକ୍ତ କରିବାକୁ ଚେଷ୍ଟା କରାଯାଇଥିଲା ଏବଂ ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।

ବିଜେପି ନେତା ଶିବାକୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଜେପି ନେତା କହିଛନ୍ତି, 'ମୋତେ ଏଭଳି ବିବୃତ୍ତି ଦେବାକୁ କୁହାଯାଇଥିଲା ଯେ ଏଚଡି କୁମାରସ୍ୱାମୀ ପ୍ରଜୱାଲ ରେଭାନ୍ନା ମାମଲାରେ ଅଶ୍ଳୀଳ ଭିଡିଓର ପେନ୍ ଡ୍ରାଇଭ୍ ବଣ୍ଟନ କରିଛନ୍ତି, କିନ୍ତୁ ବାସ୍ତବରେ ଡି.କେ ଶିବକୁମାର ଏହି ପେନ୍ ଡ୍ରାଇଭ୍ ରେଭାନ୍ନାଙ୍କ ପୂର୍ବତନ ଡ୍ରାଇଭର କାର୍ତ୍ତିକ ଗୌଡାଙ୍କଠାରୁ ପାଇଥିଲେ ଗୌଡା କହିଛନ୍ତି, 'ଯେତେବେଳେ ମୁଁ ଶିବକୁମାରଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲି, ସେତେବେଳେ ମୋ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ମୋତେ ଗିରଫ କରାଯାଇଥିଲା । ମୁଁ ମୁକ୍ତ ହେବା ପରେ ଶିବକୁମାରଙ୍କ ଅସଲ ମୁଖା ଖୋଲିଦେବି । କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କର ପତନ ଘଟିବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+