UNESCO ତାଲିକାରେ ସ୍ଥାନ ପାଇଲା 'ଦୀପାବଳି, X'ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

UNESCO ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା 'ଦୀପାବଳି'। X'ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ'। ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ' । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି କହିଛନ୍ତି ମୋଦି ।

modi

ଭାରତ ପାଇଁ ଏକ ଐତିହାସିକ ଦିନ। ଦୀପାବଳିକୁ ଆନୁଷ୍ଠାନିକ ଭାବରେ ୟୁନେସ୍କୋର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଆନ୍ତଃ ସରକାରୀ କମିଟିର ୨୦ତମ ଅଧିବେଶନରେ ଏହି ଘୋଷଣା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଖୁସି ପ୍ରକାଶ କରି ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ଏବଂ ବିଶ୍ୱର ଲୋକମାନେ ଏହି ଖବର ପାଇଁ ଉତ୍ସାହିତ ଏବଂ ଗର୍ବିତ। ଆମ ପାଇଁ, ଦୀପାବଳି କେବଳ ଏକ ପର୍ବ ନୁହେଁ, ବରଂ ଆମର ସଂସ୍କୃତି ଏବଂ ମୂଲ୍ୟବୋଧ ସହିତ ଗଭୀର ଭାବରେ ଜଡିତ। ଏହା ଆମର ସଭ୍ୟତାର ଆତ୍ମା। ଏହା ଆଲୋକ ଏବଂ ଧାର୍ମିକତାର ପ୍ରତୀକ। ୟୁନେସ୍କୋର ଅମୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳିର ଅନ୍ତର୍ଭୁକ୍ତି ଏହି ପର୍ବକୁ ବିଶ୍ୱ ସ୍ତରରେ ଆହୁରି ଲୋକପ୍ରିୟ କରିବ। ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଆମକୁ ସର୍ବଦା ମାର୍ଗଦର୍ଶନ କରିଚାଲିବ।

ଭାରତର ମୋଟ ୧୬ଟି ସାଂସ୍କୃତିକ ପରମ୍ପରା ୟୁନେସ୍କୋରେ ସାମିଲ ହୋଇଛି। ପୂର୍ବରୁ କୁମ୍ଭମେଳା, ଯୋଗ, ବୈଦିକ ସଂକୀର୍ତ୍ତନ, ରାମଲୀଳା, କୋଲକାତାର ଦୁର୍ଗା ପୂଜା, ଗୁଜରାଟର ଗରବା, କେରଳର ମୁଦିୟେଟ୍ଟୁ, ଓଡିଶାର ଛଉ ନୃତ୍ୟ, ବୌଦ୍ଧ ସଂକୀର୍ତ୍ତନର ହିମାଳୟ ପରମ୍ପରା, ନବରୋଜ୍ ଏବଂ ସଂକ୍ରାନ୍ତି, ପୋଙ୍ଗଲ ଏବଂ ବୈଶାଖୀ ଭଳି ପର୍ବ ଅନ୍ତର୍ଭୁକ୍ତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+