ଦେଶରେ ପ୍ରଥମେ ମହାକାଳ ମନ୍ଦିରରେ ପାଳନ କରାଗଲା ଦୀପାବଳି

Diwali 2024: ଦେଶରେ ପ୍ରଥମେ ମହାକାଳ ମନ୍ଦିରରେ ପାଳନ କରାଗଲା ଦୀପାବଳି । ମଧ୍ୟପ୍ରଦେଶରେ ବେଶ ଧୂମଧାମରେ ପାଳନ କରାଯାଉଛି ଆଲୋକର ପର୍ବ । ଧାର୍ମିକ ସହର ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବାବା ମହାକଳେଶ୍ୱର ମନ୍ଦିରରେ ଦୀପାବଳି ପର୍ବ ଆରମ୍ଭ ହୋଇଯାଇଛି । ଭସ୍ମ ଆଳତୀ ସମୟରେ ପୁରୋହିତମାନେ ଦୀପାବଳି ଉତ୍ସବର ଆରମ୍ଭ କରିଥିଲେ ।

ଭସ୍ମ ଆଳତୀ ସମୟରେ, ପ୍ରଭୁ ମହାକଳେଶ୍ୱରଙ୍କୁ ଅନ୍ନକୁଟ୍ ସହ ଉବଟନ୍ ଲଗାଯାଇଥିଲା । ଦୀପାବଳି ପାଇଁ ମନ୍ଦିର ପରିସରରେ ଆକର୍ଷଣୀୟ ଲିଚୁ ଲାଇଟ୍ ଲଗାଇ ସାଜସଜ୍ଜା କରାଯାଇଛି। ପୁରା ମନ୍ଦିର କମ୍ପ୍ଲେକ୍ସକୁ ଫୁଲରେ ସଜାଯାଇଛି । ଦୀପାବଳି ପର୍ବ ପ୍ରଥମେ ଭଗବାନ ମହାକାଳଙ୍କ ମନ୍ଦିକରେ ପାଳନ କରାଯାଏ, ଏହା ପରେ ଲୋକମାନେ ଏହି ପର୍ବକୁ ସାରା ସହରରେ ଆନନ୍ଦ ସହ ପାଳନ କରନ୍ତି ।

Ujjain Mahakal Mandir

ଦୀପାବଳି ପର୍ବ ଅବସରରେ ପ୍ରଭୁ ମହାକାଳଙ୍କ ମନ୍ଦିରରେ ଉତ୍ସାହର ବାତାବରଣ ଦେଖିବା ପାଇଁ ମିଳିଥିଲା । ପ୍ରଭୁ ମହାକାଳଙ୍କର ସକାଳ 4 ଟାରେ ଭସ୍ମ ଆଳତୀ କରାଯାଇଥିଲା । ଏହି ସମୟରେ ମହାକାଳଙ୍କୁ ଗରମ ପାଣିରେ ସ୍ନାନ କରାଯାଇଥିଲା । ଏହାପରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଭୁ ମହାକାଳଙ୍କୁ ଅଳଙ୍କାର ସୁଗନ୍ଧିତ ଫୁଲରେ ତିଆରି ଏକ ଫୁଲମାଳ ଅର୍ପଣ କରାଯାଥିଲା । ସେହିପରି ଦୀପାବଳି ଅବସରରେ ବହୁ ଲୋକ ବାବାଙ୍କ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ ।

ଦୀପାବଳି ପର୍ବ ଉତ୍ସାହ ସାରା ରାଜ୍ୟରେ ଦୃଶ୍ୟମାନ ହେଉଛି, ଯେଉଁଠାରେ ଧାର୍ମିକ ଉଜୈନ ସହରରେ ଅବସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଦୀପାବଳି ମହୋତ୍ସ ବେଶ୍ ଧୂମଧାମରେ ପାଳନ କରାଯାଇଛି । ସେହିପରି ରାଜ୍ୟର ଲକ୍ଷ୍ମୀ ମନ୍ଦିରରେ ମଧ୍ୟ ବହୁ ସଂଖ୍ୟାରେ ଭକ୍ତ ଏକତ୍ରିତ ହୋଇଛନ୍ତି । ସେହିପରି ବଜାରରେ ମଧ୍ୟ ଖୁବ୍ ଭିଡ଼ ଦେଖିବାକୁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+