ଦୀପାବଳୀ 2022: ଜାଣନ୍ତୁ କମ୍ ପ୍ରଦୂଷଣଯୁକ୍ତ ସବୁଜ ବାଣ ବିଷୟରେ
କିଛି ସ୍ଥାନରେ ସବୁଜ ବାଣ ଫୁଟାଇବା ନେଇ ଅନୁମତି ଦିଆଯାଇଛି। ତେବେ ଆପଣ ପୂର୍ବରୁ ମଧ୍ୟ ଏହି ବାଣ ବାବଦରେ ଶୁଣିଥିବେ , କିନ୍ତୁ କଣ ଏହି ସବୁଜ ବାଣ ଏନେଇ ଅଧିକ ତଥ୍ୟ ପଢନ୍ତୁ....
ନୂଆଦିଲ୍ଲୀ: ଚଳିତ ମାସ 24 ତାରିଖରେ ସାରା ଦେଶରେ ପାଳନ ହେବ ଆଲୋକର ପର୍ବ ଦୀପାବଳୀ । ତେବେ ରାଜଧାନୀ ଦିଲ୍ଲୀ ସମେତ ବାୟୁ ପ୍ରଦୂଷଣକୁ ଆଖିରେ ରଖି ବାଣ ଫୁଟାଇବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏଥିସହ ଅନ୍ୟ କିଛି ସ୍ଥାନରେ ସବୁଜ ବାଣ ଫୁଟାଇବା ନେଇ ଅନୁମତି ଦିଆଯାଇଛି। ତେବେ ଆପଣ ପୂର୍ବରୁ ମଧ୍ୟ ଏହି ବାଣ ବାବଦରେ ଶୁଣିଥିବେ , କିନ୍ତୁ କଣ ଏହି ସବୁଜ ବାଣ ଏନେଇ ଅଧିକ ତଥ୍ୟ ପଢନ୍ତୁ....

ସବୁଜ ବାଣ କ'ଣ ?
ଏହି ଦିନଟିକୁ ସାରା ଦେଶରେ ଖୁବ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଏ। ରଙ୍ଗୀନ ଆଲୋକରେ ଘରେ ଘରେ ସାଜସଜ୍ଜା ହୋଇଥାଏ । ଏହି ଦିନ ଲୋକେ ଦୀପ ଜାଳିବା ସହିତ ବିଭିନ୍ନ ପ୍ରକାର ବାଣ ଫୁଟାଇଥାନ୍ତି । ବାଣ ଫୁଟାଇବା ଛୋଟ ପିଲାଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥାଏ। ବାଣ ଦ୍ୱାରା ମୁଖ୍ୟତଃ ଉଭୟ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ହୋଇଥାଏ। ପୂର୍ବରୁ ହୃଦଘାତ ଏବଂ ଶ୍ବାସ ରୋଗରେ ପୀଡିତ ଲୋକଙ୍କ ପାଇଁ ବାଣ ଅଧିକ ବିପଦ ସୃଷ୍ଟି କରିଥାଏ। କାରଣ ଏଥିରୁ ନିର୍ଗତ କଣିକା ପଦାର୍ଥ ନିଶ୍ୱାସ ପ୍ରଶ୍ୱାସରେ ଫୁସଫୁସକୁ ଯାଇଥାଏ। ଯାହା ଦ୍ୱାରା ଶରୀରରେ ବିଭିନ୍ନ ରୋଗ ସୃଷ୍ଟିର କାରଣ ପାଲଟିଥାଏ।
ପ୍ରତିବର୍ଷ ଦୀପାବଳୀରେ ବଜାରରେ ବିଭିନ୍ନ ପ୍ରକାର ବାଣ ବିକ୍ରି ମଧ୍ୟ ହୋଇଥାଏ । କିନ୍ତୁ ଏହାକୁ ବ୍ୟବହାର କରିବା ଦ୍ବାରା ପ୍ରଦୂଷଣ ବଢିଥାଏ । ତେବେ ଏହି ସବୁଜ ବାଣ ତିଆରି କରିବା ବେଳେ କିଛି ଜନିଷ ଉପରେ ଧ୍ୟାନ ଦିଆ ଯାଇଥାଏ। ଏହାକୁ ତିଆରି କରିବା ପାଇଁ କମ କଞ୍ଚାମାଲ ବ୍ୟବହାର ହେବା ସହିତ ସେମାନଙ୍କର କଣିକା ପଦାର୍ଥ ଉପରେ ବିଶେଷ ଯତ୍ନ ରଖାଯାଏ। ସାଧାରଣ ବାଣ ଅପେକ୍ଷା ଏହାର ଆକାର ବହୁତ ଛୋଟ ରହିଥାଏ । ଏନଇଇଆରଆଇ ଆପରେ ଏହି ବାଣ ଉପରେ ଥିବା QR କୋଡ୍ ସ୍କାନ୍ କରି ସବୁଜ ବାଣକୁ ଚିହ୍ନି ହେବ ।
ସେଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ କମ୍ ବିପଜ୍ଜନକ। ଏହି ବାଣ ତିଆରିରେ ବାରିୟମ୍ ଲୁଣ କିମ୍ବା ଆଣ୍ଟିମନି ଲିଥିୟମ୍, ଆର୍ସେନିକ୍ ସୀସା ପରି ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ। ସବୁଜ ବାଣରୁ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣ 110-125 ମଧ୍ୟରେ ରହିଥାଏ। ହେଲେ ଅନ୍ୟ ବାଣ ଦ୍ୱାରା ଶବ୍ଦ ପ୍ରଦୂଷଣ 150ରୁ ଅଧିକ ଡେସିବଲ୍ ପର୍ଯ୍ୟନ୍ତ ରହିଥାଏ। ସାଧାରଣ ବାଣ ଅପେକ୍ଷା ସବୁଜ ବାଣର ଦର ଅଧିକ ଥିବା ବେଳେ ଏହାକୁ ପୂର୍ବରୁ କମ ଲୋକ ବ୍ୟବହାର କରୁଥିବା ଦେଖାଯାଇଛି । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହି ବାଣର ବହୁଳ ବ୍ୟବହାର ନେଇ ଆଶା କରାଯାଉଛି ।












Click it and Unblock the Notifications