FIDE ମହିଳା ଚେସ୍ ବିଶ୍ବକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା ଦେଶମୁଖ ,
ଭାରତର ଦିବ୍ୟା ଦେଶମୁଖ ଫିଡେ ମହିଳା ବିଶ୍ୱକପ୍ ଚେସ୍ ଚାମ୍ପିୟାନ୍ସିପ୍ ଟାଇଟେଲ୍ ହାସଲ କରିଛନ୍ତି । ଜର୍ଜିଆର ବାଟୁମି ଠାରେ ଅନୁଷ୍ଠିତ ତିନି ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ୍ ମ୍ୟାଚ୍ରେ ଟାଇବ୍ରେକର ମାଧ୍ୟମରେ ଦିବ୍ୟା ଦେଶମୁଖ ଭାରତର କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ଦୁଇଟି ଫାଇନାଲ୍ ମ୍ୟାଚ୍ ଅମିମାଂଶିତ ଭାବେ ଶେଷ ରହିବା ସହ ପ୍ରଥମ ଟାଇବ୍ରେକ୍ ପ୍ରତିଯୋଗିତା ମଧ୍ୟ ଡ୍ର' ରହିଥିଲା ଟାଇବ୍ରେକରର ଦ୍ୱିତୀୟ ରାପିଡ୍ ଖେଳରେ ଦିବ୍ୟା ଦେଶମୁଖ ବିଜୟୀ ହୋଇଥିଲେ ।
ଏହି ସଫଳତା ସହିତ ଦିବ୍ୟା ଭାରତର ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ମାନ୍ୟତା ପାଇଛନ୍ତି । ପୂର୍ବରୁ କୋନେରୁ ହମ୍ପି, ଦ୍ରୋଣାବଲ୍ଲି ହାରିକା ଏବଂ ଆର୍. ବୈଶାଳୀ ମହିଳା ଗ୍ରାଣ୍ଡମାଷ୍ଟର ମାନ୍ୟତା ପାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଶ୍ୱକପ୍ ପ୍ରତିଯୋଗିତାରେ ଚାମ୍ପିୟାନ୍ ଏବଂ ରନର୍ସ୍ ହୋଇଥିବାରୁ ଦିବ୍ୟା ଦେଶମୁଖ ଓ କୋନେରୁ ହମ୍ପିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ମାତ୍ର ୧୯ ବର୍ଷ ବୟସରେ ଏହି ଟାଇଟଲ ହାସଲ କରି ଦିବ୍ୟା ଦେଶର ପ୍ରଥମ ମହିଳା ଖେଳାଳି ହୋଇଛନ୍ତି । ପ୍ରତିଯୋଗିତାରେ କୋନେରି ହମ୍ପି ତାଙ୍କର ଉତ୍କୃଷ୍ଟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଖେଳାଳିଙ୍କୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications