ପ୍ରି-ୱେଡିଂ ଫଟୋ ସୁଟ୍ ପରେ ଏବେ ଚର୍ଚ୍ଚାରେ ଡିଭୋର୍ସ ଫଟୋ ସୁଟ୍
ନୂଆଦିଲ୍ଲୀ: ସମସ୍ତେ ପ୍ରି ୱେଡି଼ଂ ସୁଟ୍, ଭିଡିଓ ସୁଟ୍ ଏବଂ ମାଟରନିଟି ଫଟୋ ସୁଟ୍ କରିଥାନ୍ତି । କିନ୍ତୁ ଆପଣ କାହାକୁ ଛାଡ଼ପତ୍ର ଫଟୋସୁଟ୍ କରିଥିବା ଦେଖିଛନ୍ତି କି ? ଏବେ ଜଣେ ମହିଳା ଏବେ ଡାଇଭୋର୍ସ ଫଟୋସୁଟ କରି ଚର୍ଚ୍ଚାକୁ ଆସିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଚେନ୍ନାଇରେ ରହୁଥିବା ଶାଳିନୀ ନାମକ ଜଣେ ମହିଳା ନିଜ 'ଡିଭୋର୍ସ ଫଟୋ' ଶୁଟ୍ କରିଛନ୍ତି । ନିଜ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଏଭଳି ଫଟୋଶୁଟ୍ କରିଛନ୍ତି । ନାଲି ରଙ୍ଗର ଡ୍ରେସରେ ଏହି ଫଟୋଶୁଟ୍ କରିଛନ୍ତି ଏବଂ ବହୁତ ସୁନ୍ଦର ଲାଗୁଛନ୍ତି ।

ଶାଳିନୀ ନିଜେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଡିଭୋର୍ସ ଫଟୋଶୁଟ'ର ଫଟୋ ପୋଷ୍ଟ କରିଛନ୍ତି । ପ୍ରଥମ ଫଟୋରେ ଶାଳିନୀ ନିଜ ହାତରେ 'ଡିଭୋର୍ସ୍ଡ' ଅକ୍ଷରକୁ ହାଇଲାଇଟ୍ କରି ଫଟୋ ଉଠାଇ ଛନ୍ତି । ସେହିଭଳି ଦ୍ବିତୀୟ ଫଟୋରେ ସେ ଏକ ହାତରେ ମଦ ବୋତଲ ଏବଂ ଅନ୍ୟ ଏକ ହାତରେ ବୋର୍ଡ ନେଇ ଛିଡ଼ା ହୋଇଛନ୍ତି ।

ଅନ୍ୟ ଏକ ଫଟୋରେ ତାଙ୍କ ସ୍ବାମୀଙ୍କ ସହ ନେଇଥିବା ଫଟୋକୁ ସେ ଚିରୁଥିବା ନଜର ଆସୁଛନ୍ତି । ସେହିଭଳି ଅନ୍ୟ ଏକ ଫଟୋ ସେ ଓ ତାଙ୍କ ସ୍ବାମୀଙ୍କ ଫଟୋ ଫ୍ରେମ୍ ଉପରେ ଗୋଡ଼ ରଖିଥିବା ନଜର ଆସୁଛନ୍ତି । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଜାରି ରହିଛି ।

ଛାଡପତ୍ର ପରେ ସେ ଲେଖିଛନ୍ତି ମୋ ପାଖରେ ୯୯ଟି ଅସୁବିଧା ଅଛି କିନ୍ତୁ ସ୍ବାମୀ ନାହାନ୍ତି । କେବଳ ଏହି ମହିଳା ନୁହଁନ୍ତି ଆମେରିକାର ଜଣେ ମହିଳା ମଧ୍ୟ ଛାଡପତ୍ର ପରେ ଖୁସିରେ ଫଟୋସୁଟ କରିଥିଲେ । ମହିଳା ଜଣଙ୍କ ବାହାଘରରେ ପିନ୍ଧିଥିବା ପୋଷାକକୁ ଜଳାଇ ଦେଇଥିଲେ ।












Click it and Unblock the Notifications