ଶ୍ରୀଲଙ୍କାକୁ ଶ୍ରୀହୀନ କରିଛି ବାତ୍ୟା ଡିଟୱା: 153 ଜଣଙ୍କ ମୃତ୍ଯୁ
ଶ୍ରୀଲଙ୍କାକୁ ଶ୍ରୀହୀନ କରିଛି ଡିଟୱା । ୨୦୦୩ ପରେ ସବୁଠାରୁ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଛି । ବାତ୍ୟା ପ୍ରଭାବରେ ଆସିଥିବା ଭୀଷଣ ବନ୍ୟାରେ ଏଯାଏ ୧୫୩ ଜଣ ପ୍ରାଣ ହରାଇଛନ୍ତି । ଶତାଧିକ ନିଖୋଜ ଥିବା ଶ୍ରୀଲଙ୍କା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରଳୟଙ୍କରୀ ବନ୍ୟାରେ ଦେଶର ଅର୍ଦ୍ଧାଧିକ ଭାଗ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୪୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀଲଙ୍କା ସେନାକୁ ରେସକ୍ୟୁ ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରିଛନ୍ତି ସରକାର। ବିପତ୍ତି ସମୟରେ ଶ୍ରୀଲଙ୍କାକୁ ମାନବୀୟ ସହାୟତା ଯୋଗାଇଛି ଭାରତ।

ଅପରେସନ ସାଗର ବନ୍ଧୁରେ ଇଣ୍ଡିଆନ ଏୟାର ଫୋର୍ସର C-130Jରେ ୧୨ଟନର ରିଲିଫ ସହାୟତା ପହଞ୍ଚିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ଚେତକ IN R11 ବିକ୍ରାନ୍ତ । ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି 'ଚେତକ' ହେଲିକପ୍ଟର। ଏହା ସହ ଏନଡିଆରଏଫର ୮୦ ଜଣିଆ ଟିମ ମଧ୍ୟ ସହାୟତା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି । ବାତ୍ୟା ପୀଡ଼ିତଙ୍କ ପାଇଁ ୬ ଦଶମିକ ୫ ମେଟ୍ରିକ ଟନ ଖାଦ୍ୟ ଓ ଔଷଧ ପଠାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରରୁ ୫୪ଟି ବିମାନକୁ ବାତିଲ କରାଯାଇଛି । ଫଳରେ କଲମ୍ବୋ ବିମାନବନ୍ଦରରେ ଫସି ରହିଛନ୍ତି ୩୦୦ ଭାରତୀୟ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications