ମଶିବେ ରିଲାଏନ୍ସ- ଡିଜ୍ନୀ; ଡିଜ୍ନୀର ଏତିକି ପ୍ରତିଶତ ରଖିବ ରିଲାଏନ୍ସ
ମୁମ୍ବାଇ:ଦୁଇ କମ୍ପାନୀ ଭାରତରେ ଚାଲୁଥିବା ସମସ୍ତ ବ୍ୟବସାୟକୁ ମିଶାଇବାକୁ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଚୁକ୍ତି ଅନୁସାରେ, ଶେୟାର ଓ କ୍ୟାସ୍ରେ ରିଲାଏନ୍ସ ପାଖରେ ୫୧ ପ୍ରତିଶତ ଅଶଂଧନ ରହିବ ଓ ଡିଜ୍ନୀ ପାଖରେ ବାକି ୪୯ ପ୍ରତିଶତ ଅଂଶଧନ ରହିବ । ଏହି ୨ କମ୍ପାନୀ ମିଶିବା ପରେ ଦେଶରେ ଏକ ସର୍ବବୃହତ ମନୋରଞ୍ଜନ କମ୍ପାନି ଜନ୍ମ ନେବ ।
ରଏଟର୍ସ ଏବଂ ଇକୋନମିକ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମନୋରଞ୍ଜନ ବ୍ୟବସାୟର ଏହି ବୃହତ ମିଶ୍ରଣ ଫେବୃଆରୀ ୨୦୨୪ ସୁଦ୍ଧା ଶେଷ ହୋଇପାରେ ବୋଲି ସମ୍ଭାବନା ରହିଛି । ରିପୋର୍ଟରେ କୁହାଯାଇଛି ଯେ ମୁକେଶ ଅମ୍ବାନୀଙ୍କ -ମାଲିକାନା ରିଲାଏନ୍ସ ପାଖରେ ୫୧ ପ୍ରତିଶତ ଅଂଶଧନ ଏବଂ ୪୯ ପ୍ରତିଶତ ଡଜନୀ ପଖରେ ରହିବ । ଏହି ମିଶ୍ରଣରେ ଉଭୟ ଶେୟାର ଏବଂ ଷ୍ଟକ୍ ଜଡିତ । ଏହି ମିଶ୍ରଣ ସରିଲେ ରିଲାଏନ୍ସ-ଡିଜନି ଦେଶର ସବୁଠୁ ବଡ ମନୋରଞ୍ଜନ କମ୍ପାନୀ ହେବ ।

ଦୁଇ ସପ୍ତାହ ପୂର୍ବରୁ ରଏଟର୍ସ ରିପୋର୍ଟ କରିଥିଲା ଯେ ଉଭୟ କମ୍ପାନୀର ଅଧିକାରୀମାନେ ଲଣ୍ଡନରେ ସାକ୍ଷାତ କରିବାକୁ ଯାଉଛନ୍ତି ।ରିଲାଏନ୍ସ ଏବଂ ୱାଲ୍ଟ ଡିଜନିର ମିଶ୍ରଣ ଜି ନେଟୱାର୍କ, ସୋନି ଟିଭି, ଆମାଜନ ପ୍ରାଇମ ଏବଂ ନେଟଫ୍ଲିକ୍ସକୁ ସିଧାସଳଖ କଡ୍ଡେ ଟକ୍କର ଦେବ । ରିଲାଏନ୍ସ ମନୋରଞ୍ଜନ ବ୍ୟବସାୟରେ ଡିଜ୍ନୀ ହଟ୍ଷ୍ଟାରକୁ କଡ଼ା ଟକ୍କର ଦେଉଛି । ଡିଜ୍ନୀ ଭଳି ରିଲାଏନ୍ସ ମାଗଣାରେ ଆଇପିଏଲ୍ ଦେଖାଇ ନିଜର ଗ୍ରାହକ ସଂଖ୍ୟା ବହୁ ସଂଖ୍ୟାରେ ବଢ଼ାଇଛି । ରିଲାଏନ୍ସ ଏକାକ ଟିଭି ଚ୍ୟାନେଲ୍ ଓ ଜିଓ ସିନେମା ଭଳି ଷ୍ଟ୍ରିମିଂ ଆପ୍ ଚଳାଉଛି ଓ ଭାଇକମ ୧୮ ମିଡିଆ ୟୁନିଟ୍ ମାଧ୍ୟମରେ ଏସବୁ ଚଳାଉଛି ଜିଓ ।












Click it and Unblock the Notifications