'Disney+ Hotstar'ର ବଡ଼ ନିଷ୍ପତ୍ତି, ଆଉ ସେୟାର କରିହେବନି ପାସ୍ୱାର୍ଡ
Disney+ Hotstar Password News In Odia: ନେଟଫ୍ଲିକ୍ସ ପରେ ବର୍ତ୍ତମାନ ହଟଷ୍ଟାର ୟୁଜର୍ସ ଆଉ ପାସୱାର୍ଡ ସେୟାର କରିପାରିବେ ନାହିଁ । ଖୁବ ଶୀଘ୍ର ଏନେଇ ଏପରି ଏକ ବଡ଼ ନିଷ୍ପତ୍ତି ନେଇ ଗ୍ରାହକଙ୍କୁ ଦେବା ପାଇଁ ଯାଉଛି ଝଟକା । ଆଜ୍ଞା ହଁ ଏଥ ପାସୱାର୍ଡ ସେୟାରିଂ ଅଫସନ୍ ବନ୍ଦ କରିବାକୁ ଯାଉଛି Disney+ Hotstar ।
ଏପରି ଖବର ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳୁଛି । ଅନେକ ହଟଷ୍ଟାର୍ ୟୁଜର୍ସ ସଂସ୍ଥାର ଏପରି ନିଷ୍ପତ୍ତିକୁ ନାପସନ୍ଦ କରୁଥିବା ବେଳେ ଅନେକ ଲୋକ ଏହାକୁ ସମର୍ଥନ କରୁଛନ୍ତି । ଖାସ କଥା ହେଲା ଯେ, ହଟଷ୍ଟାରର ନୂଆ ନିୟମ ଅନୁସାରେ, ମାତ୍ର ୪ ଜଣଙ୍କୁ ହିଁ ପାସୱାର୍ଡ ସେୟାର କରି ହେବ ।

ସୂଚନାଥାଉ ଯେ, ବର୍ତ୍ତମାନ ଡିଜନି ପ୍ଲସ୍ ହଟଷ୍ଟାର ଏହି ନିୟମକୁ କିଛି କିଛି ସ୍ଥାନରେ ଲାଗୁ କରିଛି । ଖୁବ ଶୀଘ୍ର ଏହାକୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯିବା ସହ ସମସ୍ତ ୟୁଜର୍ସଙ୍କ ପାଇଁ ଲାଗୁ କରାଯିବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ସଂସ୍ଥା ପକ୍ଷରୁ କୌଣସି ଅଫିସିଆଲ୍
ଘୋଷଣା କରାଯାଇ ନାହିଁ । ଭାରତରେ ହଟଷ୍ଟାର, ନେଟଫ୍ଲିକ୍ସ, ଆମାଜନ୍ ଓ ଜିଓ ସିନେମାର ଚାହିଦା ଅଧିକ ରହିଛି । କେବେଳ ଭାରତରେ
୫୦ ମିଲିୟନରୁ ଅଧିକ ଲୋକ ହଟଷ୍ଟାର ବ୍ୟବହାର କରନ୍ତି ।
ଏହା ପୂର୍ବରୁ ମଧ୍ୟ ନେଟଫ୍ଲିକ୍ସ ନିଜ ୟୁଜର୍ସଙ୍କୁ ଦେଇଥିଲା ଝଟକା । ଗୋଟିଏ ନେଟଫ୍ଲିକ୍ସ ଆକାଉଣ୍ଟ୍ କେବଳ ଗୋଟିଏ ଘରର ସଦସ୍ୟ ହିଁ ବ୍ୟବହାର କରି ପାରିବେ ବୋଲି ନେଟଫ୍ଲିକ୍ସ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଭାରତ ସମେତ ନେଟଫ୍ଲିକ୍ସ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମେକ୍ସିକୋ ଏବଂ ବ୍ରାଜିଲ ଭଳି ୧୦୦ ରୁ ଅଧିକ ଦେଶରେ ପାସୱାର୍ଡ ବଣ୍ଟନ ଉପରେ ଏହି ପ୍ରତିବନ୍ଧକ ଲଗାଇଥିଲା ।
ଏହି ସମୟରେ, ନେଟଫ୍ଲିକ୍ସ ମଧ୍ୟ ଆମେରିକା ଏବଂ ଯୁକ୍ତରାଜ୍ୟରେ ଏହାର ସୁଲଭ ବିଜ୍ଞାପନମୁକ୍ତ ଯୋଜନାକୁ ହଟାଇ ବିଜ୍ଞାପନମୁକ୍ତ ଷ୍ଟ୍ରିମିଂ ବିକଳ୍ପ ଗୁଡ଼ିକର ମୂଲ୍ୟ ବଢ଼ାଇଥିଲା । ଯୁକ୍ତରାଷ୍ଟ୍ରରେ, ମୌଳିକ ଯୋଜନାର ମୂଲ୍ୟ ମାସକୁ $ ୯.୯୯ ଥିଲା ଏବଂ ଏହାର ଅପସାରଣ ସହିତ ବିଜ୍ଞାପନମୁକ୍ତ ଷ୍ଟ୍ରିମିଂ ବର୍ତ୍ତମାନ ମାସକୁ $ ୧୫.୪୯ ରୁ ଆରମ୍ଭ ହେଉଛି।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications