ଦିଶା ସାଲିଆନ ମୃତ୍ୟୁ ଘଟଣା, ଅଡୁଆରେ ଆଦିତ୍ୟ ଠାକରେ!
ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ଟୁଇଷ୍ଟ। ଶିବସେନା ୟୁବିଟି ନେତା ତଥା ବିଧାୟକ ଆଦିତ୍ୟ ଠାକରେ ଓ ଅନ୍ଯମାନଙ୍କ ବିରୋଧରେ ମାମଲା ପଞ୍ଜିକରଣ ଲାଗି ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ଦିଶାଙ୍କ ବାପା ସତୀଶ ସାଲିଆନ। ମୃତ୍ୟୁର ୫ ବର୍ଷ ପରେ ଏହି ବିବାଦ ବର୍ତ୍ତମାନ ମୁଣ୍ଡ ଟେକିଛି। ସତୀଶ ସାଲିଆନଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ଏନେଇ ଅନୁମତି ମାଗିଛନ୍ତି ତାଙ୍କ ଓକିଲ ନୀଲେଶ ଓଝା। ଏହା ସହ ଏହି ରହସ୍ଯଜନକ ମୃତ୍ଯୁ ଘଟଣାର ସାନି ତଦନ୍ତ ଲାଗି ଦିଶାଙ୍କ ପରିବାର ପକ୍ଷରୁ ଅନୁମତି ଭିକ୍ଷା କରାଯାଇଛି।
ଦିଶା ସାଲିଆନଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ସହ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ହତ୍ୟା କରାଯାଇଥିଲା। ସେ ଦାବି କରିଛନ୍ତି ଯେ, ଏହି ମାମଲାରେ କିଛି ପ୍ରଭାବଶାଳୀ ଲୋକଙ୍କୁ ବଞ୍ଚାଇବା ପାଇଁ ଏକ ରାଜନୈତିକ ଷଡ଼ଯନ୍ତ୍ର ରଚନା କରାଯାଇଛି। ସତୀଶ ସାଲିଆନ୍ ହାଇକୋର୍ଟରେ ଆବେଦନ କରିଛନ୍ତି ଯେ ତାଙ୍କ ଝିଅର ମୃତ୍ୟୁର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ।

ଏଭଳି ଦାବି ମଧ୍ୟରେ ଏବେ ଆଦିତ୍ୟ ଠାକରେଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, "ଏସବୁ ମୋ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ କରାଯାଇଛି। ଯଦି ମାମଲା କୋର୍ଟରେ ଅଛି, ମୁଁ କୋର୍ଟକୁ ଜବାବ ଦେବି। ଏହି ଦେଶର ଉନ୍ନତି ପାଇଁ ମୋର ଲଢ଼େଇ ଜାରି ରହିବ।"












Click it and Unblock the Notifications