ଗ୍ୟାସ୍ ସିଲିଣ୍ଡର ବିସ୍ପୋରଣ; ୫ ଦାଦନ ଶ୍ରମିକ ଗୁରୁତର, ସମସ୍ତେ ବ୍ରହ୍ମପୁରର

ଗ୍ୟାସ୍ ସିଲିଣ୍ଡର ବିସ୍ପୋରଣ ଘଟି ୫ ଦାଦନ ଶ୍ରମିକ ଗୁରୁତର ହୋଇଛନ୍ତି । ସୁଦୂର ବେଙ୍ଗାଲୁରୁରେ ଘଟିଛି ଦୁର୍ଘଟଣା । ବ୍ରହ୍ମପୁର ଅଞ୍ଚଳର ୫ ଜଣ ଶ୍ରମିକ ବେଙ୍ଗାଲୁରୁରେ ରହି କାମ କରୁଥିଲେ ।

cylinder

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ୫ ଜଣ ଯୁବକ ନିଜ ପେଟପାଟଣା ସକାଶେ ସୁଦୂର ବେଙ୍ଗାଲୁରୁରେ କାମଧନ୍ଦା କରିବା ସକାଶେ ଗତ ମାସରେ ଯାଇଥିଲେ । ସମସ୍ତ ଶ୍ରମିକ ସେଠାରେ ଗୋଟିଏ ସ୍ପେୟାର ପାର୍ଟ କମ୍ପାନୀରେ କାମ କରିଆସୁଥିଲେ l ଉକ୍ତ ଶ୍ରମିକ ମାନେ ନିଜ କାମଧନ୍ଦା ସାରି ନିଜ ରହିବା ଜାଗାରେ ରୋଷେଇ କରିବା ସକାଶେ ପ୍ରସ୍ତୁତ ହୋଇ ଗ୍ୟାସ୍ ଷ୍ଟୋଭ୍ ନିକଟରେ ଅଗ୍ନି ସଂଯୋଗ କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା l ଚାଁହୁ ଚାଁହୁ ନିଆଁ ସାରା ରୁମ୍‌ରେ ବ୍ୟାପି ଯାଇଥିଲା l ନିଆଁ ଭୟରେ ୫ ଜଣ ରୁମ୍‌ରୁ ବାହାରିବାକୁ ଚେଷ୍ଟା କରୁ କରୁ ଗୁରୁତର ଭାବରେ ପୋଡି ଯାଇଥିବା ସୂଚନା ମିଳିଛି l ଗ୍ୟାସ୍ ନିଆଁରେ ପୋଡି ହୋଇଯାଇଥିବା ଶ୍ରମିକ ମାନେ ହେଲେ ସନ୍ତୋଷ ବେହେରା, ପବିତ୍ର ସେଠୀ, ରୁନା ସାହୁ, ବିପିନ ସେଠୀ, ସାରଥୀ ସେଠୀ । ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକତ୍ସା ନିମନ୍ତେ ମେଡିକାଲ ପଠାଇଥିଲେ l ସମସ୍ତ ଶ୍ରମିକ ଚିକିଟି NAC ଜେନାପୁର ଗ୍ରାମର ।

ଏପଟେ ଏହି ଦୁଃଖଦ ଖବର ପାଇ ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆହତ ମାନଙ୍କୁ ଦେଖିବାକୁ ପରିବାର ଲୋକ ବ୍ୟାକୁଳ ଅବସ୍ଥାରେ ରହିଛନ୍ତି l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+