ଭାରତ ସରକାରଙ୍କ ପରାମର୍ଶ, ଚୀନକୁ ଭାରତରୁ ଯିବନି ସିଧା ଫ୍ଲାଇଟ୍
ଆଗାମୀ କିଛି ମାସ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ଡାଇରେକ୍ଟ ଫ୍ଲାଇଟ୍ ଚାଲିବ ନାହିଁ ବୋଲି ଜଣାପଡିଛି।
ନୂଆଦିଲ୍ଲୀ : ଆଗାମୀ କିଛି ମାସ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ଡାଇରେକ୍ଟ ଫ୍ଲାଇଟ୍ ଚାଲିବ ନାହିଁ ବୋଲି ଜଣାପଡିଛି। ବେଜିଂର ଜିରୋ କୋଭିଡ ପଲିସି ଯୋଗୁଁ ଏହି ବାଧା ଉପୁଜିଛି ।

2019ରେ ବୁହାନରେ ପ୍ରଥମ କୋଭିଡ ସଂକ୍ରମିତ ମିଳିବା ପରେ ଭାରତ-ଚୀନ ସିଧା ଫ୍ଲାଇଟ୍ ବନ୍ଦ କରି ଦିଆଯାଇଥିଲା। 3 ବର୍ଷ ପରେ ଭିସା କଟକଣା କୋହଳ କରିଛି ଚୀନ। ଏହାପରେ ପ୍ରାୟ 23 ହଜାର ଭାରତୀୟ ଛାତ୍ରଛାତ୍ରୀ ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଚୀନ୍ ଯିବାକୁ ପ୍ରସ୍ତୁତି କରିଦେଇଥିଲେ। ତେବେ ସିଧା ବିମାନ ଉଡାଣ ନଥିବାରୁ ସେମାନଙ୍କୁ କଷ୍ଟ କରିବାକୁ ପଡୁଛି।












Click it and Unblock the Notifications