ପୁଣି ଭାରତ ଚୀନ୍ ମଧ୍ୟରେ ସିଧାସଳଖ ଆରମ୍ଭ ହେବ ବିମାନ ସେବା, ସୂଚନା ଦେଲେ ବୈଦେଶିକ ମନ୍ତ୍ରଣାଳୟ

ଭାରତ ଏବଂ ଚୀନ ମଧ୍ୟରେ ଲମ୍ବା ସମୟ ଧରି ବିମାନ ସେବା ବନ୍ଦ ରହିଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବାରୁ ଏହି ପଦକ୍ଷେପ ନିଆଯାଇଛି । ଭାରତ ଏବଂ ଚୀନ ମଧ୍ୟରେ ସିଧାସଳକ ଭାବେ IndiGo ଏୟାରଲାଇନ୍ ସେବା ଅକ୍ଟୋବର ୨୬ରୁ ଆରମ୍ଭ ହେବାକୁ ଯାଉଛି । ପୁଣି ବିମାନ ସେବା ଆରମ୍ଭ କରିବା ଏବଂ ଚୁକ୍ତିନାମା ସଂଶୋଧନ କରିବା ପାଇଁ ଦୁଇ ଦେଶ ବୈଷୟିକ ସ୍ତରୀୟ ଆଲୋଚନା କରିଛନ୍ତି । ଯାହାର ଘୋଷଣା ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ କରିଛି ।

flight services

ସୂଚନାନୁଯାୟୀ, ଅକ୍ଟୋବର ଶେଷ ସୁଦ୍ଧା ବିମାନ ସେବା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ନୂଆଦିଲ୍ଲୀ ଗସ୍ତ ପରେ ଏହି ବିମାନ ସେବା ପୁଣି ଆରମ୍ଭ କରିବାର ପଦକ୍ଷେପ ନିଆଯାଇଛି । କିନ୍ତୁ ଉଭୟ ଦେଶର ବିମାନ କମ୍ପାନୀର ବାଣିଜ୍ୟିକ ନିଷ୍ପତ୍ତି ଏବଂ ପରିଚାଳନା ମାନଦଣ୍ଡ ଉପରେ ନିର୍ଭର କରିବ । ଏହି ଚୁକ୍ତିନାମା ଉଭୟ ଦେଶର ଲୋକଙ୍କ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଧୀରେ ଧୀରେ ସ୍ୱାଭାବିକ ହେବ ।

ଅନ୍ୟପଟେ ୨୬ ଅକ୍ଟୋବରରୁ କୋଲକାତା ଏବଂ ଗୁଆଙ୍ଗଝୁ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ଇଣ୍ଡିଗୋ କହିଛି । ବିମାନ କମ୍ପାନୀ ଏହା ମଧ୍ୟ ଘୋଷଣା କରିଛି ଯେ ଏହା ଖୁବ୍ ଶୀଘ୍ର ଦିଲ୍ଲୀ ଏବଂ ଗୁଆଙ୍ଗଝୁ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବ । ଯାହା ଦୁଇ ଦେଶ ମଧ୍ୟରେ ସବୁ କିଛି ପୁନଃସ୍ଥାପିତ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+