କଂଗ୍ରେସ ସହ ଆସନ ବଣ୍ଟାକୁ ନେଇ ମୁହଁ ଖୋଲିଲେ ଡିମ୍ପଲ, କହିଲେ....
ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନକୁ ମାତ୍ର ୨ରୁ ୩ମାସ ରହିଛି ବାକି । ନିର୍ବାଚନ ଲାଗି ଦେଶର ସବୁ ରାଜନୈତିକ ଦଳ ହୋଇଛନ୍ତି ଫୁଲ ତୟାରା । ନିର୍ବାଚନରେ କେନ୍ଦ୍ର ସରକାରଙ୍କୁ ଘେରିବା ଲାଗି ବିରୋଧୀ କରୁଛନ୍ତି ସ୍ୱତନ୍ତ୍ର ରଣନୀତି । କିନ୍ତୁ ବିରୋଧୀ କରିଥିବା ଇଣ୍ଡିଆ ମହାଗଠବନ୍ଧନକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିବାରେ ଲାଗିଛି । ବିହାର ରାଜନୀତିରେ ହାଇଡ଼୍ରାମା ସେଷ ହେବା ପରେ ଏବେ ଝାଡ଼ଖଣ୍ଡରେ ଚାଲିଛି ହାଇଡ଼୍ରାମା ।
ଏପଟେ ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଗଠନ ହୋଇଛି ଏବଂ ଆସନ ବୁଝା ମଣାକୁ ନେଇ ଦିନରାତି କସରତ ଚାଲିଛି । ଏହି ସମୟରେ ସୂତ୍ରରୁ ଦାବି ହେଉଛି କି ବହୁଜନ ସମାଜ ପାର୍ଟି ସହ କଂଗ୍ରେସର ଆଲୋଚନା ମଧ୍ୟ ଚାଲିଛି । ବର୍ତ୍ତମାନ ସମାଜବାଦୀ ପାର୍ଟିର ଏମ୍ପି ଡିମ୍ପଲ ଯାଦବ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ଡିମ୍ପଲ କହିଛନ୍ତି , ଦଳର ସର୍ବୋଚ୍ଚ ନେତୃତ୍ୱ ଏହା ନିଷ୍ପତ୍ତି ନେବେ କିନ୍ତୁ ଯେତେ ଶୀଘ୍ର ଆସନ ଉପରେ ନିଷ୍ପତ୍ତି ହେବ, ସେତେ ଶୀଘ୍ର ମେଣ୍ଟ ଭାଜପାକୁ ପରାସ୍ତ କରିବାରେ ସଫଳ ହେବ ।

ଏସପି, ବିଏସପି ଏବଂ କଂଗ୍ରେସ ଉପରେ ପ୍ରଫେସର ରାମଗୋପାଳ ଯାଦବ କହିଛନ୍ତି , ମେଣ୍ଟରେ କୌଣସି ଅସୁବିଧା ନାହିଁ । ଆସନ ସ୍ଥିର କରାଯାଉଛି । ଅନ୍ୟପକ୍ଷରେ, କଂଗ୍ରେସ ଓ ଏସପର ମେଣ୍ଟ ଉପରେ ଭାରତୀୟ ଜନତା ଦଳର ନେତା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଭାଜପା ନେତା ହରନାଥ ସିଂ କହିଛନ୍ତି, ଏହି ମେଣ୍ଟର କୌଣସି ଭବିଷ୍ୟତ ନାହିଁ ।












Click it and Unblock the Notifications