ଦେଶବ୍ୟାପୀ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଅଭିଯାନ ୨.୦ ଆୟୋଜନ; ଭୁବନେଶ୍ଵରରେ ୫ଟି ସ୍ଥାନରେ ଚାଲିଛି ଅଭିଯାନ

କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ 'ସହଜ ଜୀବନଧାରଣ'କୁ ସୁନିଶ୍ଚିତ କରିବା ପାଇଁ ପେନ୍ସନ୍ ଓ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲସି) ଅର୍ଥାତ୍ ଜୀବନ ପ୍ରମାଣକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରୁଛି। ୨୦୧୪ ମସିହାରେ ବାୟୋମେଟ୍ରିକ୍ ଡିଭାଇସ୍ ବ୍ୟବହାର କରି ଡିଏଲସି ଦାଖଲ ଆରମ୍ଭ ହୋଇଥିଲା।

ପରବର୍ତ୍ତୀ ସମୟରେ ବିଭାଗ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ୟୁଆଇଡିଏଆଇ ସହିତ ମିଶି ଆଧାର ଡାଟାବେସ୍ ଉପରେ ଆଧାରିତ ଏକ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ସିଷ୍ଟମ୍ ବା ମୁଖମଣ୍ଡଳ ପ୍ରମାଣିକରଣ ପ୍ରଯୁକ୍ତି ପ୍ରଣାଳୀ ବିକଶିତ କରିଥିଲା, ଯାହାଦ୍ୱାରା ଯେକୌଣସି ଆଣ୍ଡ୍ରଏଡ୍ ଆଧାରିତ ସ୍ମାର୍ଟ ଫୋନରୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବା ସମ୍ଭବ ହୋଇପାରିବ। ଏହି ସୁବିଧା ଅନୁଯାୟୀ, ଫେସ୍ ଅଥେଣ୍ଟିକେସନ୍ ଜ୍ଞାନକୌଶଳ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ପରିଚୟ ପ୍ରମାଣିତ ହୁଏ ଏବଂ ଡିଏଲସି ସୃଷ୍ଟି ହୁଏ ।

ନଭେମ୍ବର ୨୦୨୧ରେ ଶୁଭାରମ୍ଭ କରାଯାଇଥିବା ଏହି ପରିବର୍ତ୍ତନକାରୀ ପ୍ରଯୁକ୍ତି ବାହ୍ୟ ବାୟୋମେଟ୍ରିକ ଡିଭାଇସ୍ ଉପରେ ପେନସନଭୋଗୀଙ୍କ ନିର୍ଭରଶୀଳତାକୁ ହ୍ରାସ କରିବା ସହ ସ୍ମାର୍ଟଫୋନ୍ ଆଧାରିତ ପ୍ରଯୁକ୍ତିର ଉପଯୋଗ କରି ଏହି ପ୍ରକ୍ରିୟାକୁ ଜନସାଧାରଣଙ୍କ ପାଇଁ ଅଧିକ ସହଜ ଓ ସୁଲଭ କରିଛି।

digital_life_certificate

ଡିଏଲସି ଦାଖଲ କରିବା ପାଇଁ ଡିଏଲସି/ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜିର ବ୍ୟବହାର ନିମନ୍ତେ ସମସ୍ତ କେନ୍ଦ୍ର ସରକାରଙ୍କ ପେନସନଭୋଗୀ ଏବଂ ପେନସନ ବିତରଣ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭାଗ ଦ୍ୱାରା ୨୦୨୨ ନଭେମ୍ବର ମାସରେ ଦେଶର ୩୭ଟି ସହରରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଥିଲା। ୨୦୨୨ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ପେନସନରର ୩୫ ଲକ୍ଷରୁ ଅଧିକ ଡିଏଲସି ଜାରି ହୋଇଥିବାରୁ ଏହି ଅଭିଯାନ ଏକ ବ୍ୟାପକ ଭାବେ ସଫଳ ହୋଇଥିଲା ।

ନଭେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶର ୧୦୦ଟି ସହରର ୫୦୦ଟି ସ୍ଥାନରେ ଏକ ଦେଶବ୍ୟାପୀ ଅଭିଯାନ ଆୟୋଜନ କରାଯାଉଛି, ଯେଉଁଥିରେ ୧୭ଟି ପେନସନ ପ୍ରଦାନକାରୀ ବ୍ୟାଙ୍କ, ମନ୍ତ୍ରଣାଳୟ/ ବିଭାଗ, ପେନସନଭୋଗୀ କଲ୍ୟାଣ ସଂଘ, ୟୁଆଇଡିଏଆଇ, ଏମଇଆଇଟିୱାଇର ସହଯୋଗରେ ୫୦ ଲକ୍ଷ ପେନସନଭୋଗୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପେନସନଭୋଗୀ କଲ୍ୟାଣ ସଂଘଗୁଡ଼ିକୁ ମଧ୍ୟ ଡିଏଲସି ଦାଖଲ ପାଇଁ ପେନସନଭୋଗୀମାନଙ୍କ ପାଇଁ ଶିବିର ଆୟୋଜନ କରିବାକୁ ସଚେତନ କରାଯାଇଛି। ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲର ଲାଭ ଯେପରି ଦେଶର ଦୁର୍ଗମ କୋଣଅନୁକୋଣରେ ଥିବା ପେନସନଭୋଗୀଙ୍କ ପାଖରେ ପହଞ୍ଚିପାରିବ ଏବଂ ଅଧିକ ବୟସ୍କ/ଅସୁସ୍ଥ/ଅକ୍ଷମ ପେନସନଭୋଗୀମାନଙ୍କୁ ମଧ୍ୟ ଉପକୃତ କରିବ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗର ଅଧିକାରୀମାନେ ଦେଶର ପ୍ରମୁଖ ସ୍ଥାନ ପରିଦର୍ଶନ କରି ପେନସନଭୋଗୀମାନଙ୍କୁ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିବା ପାଇଁ ବିଭିନ୍ନ ଡିଜିଟାଲ ମାଧ୍ୟମ ବ୍ୟବହାର କରିବାରେ ସାହାଯ୍ୟ କରୁଛନ୍ତି ।

ନଭେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଏଲସି ଅଭିଯାନ ସମ୍ପର୍କରେ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଭୁବନେଶ୍ୱର ସହରର ୫ଟି ସ୍ଥାନରେ ଡିଏଲସି ଅଭିଯାନ ଆୟୋଜନ କରାଯାଇଛି । କାର୍ଯ୍ୟାଳୟ ଓ ବ୍ୟାଙ୍କ ଶାଖା/ଏଟିଏମରେ ଯୋଜନା ବଦ୍ଧ ଭାବେ ଲଗାଯାଇଥିବା ବ୍ୟାନର/ପୋଷ୍ଟର ମାଧ୍ୟମରେ ଡିଏଲସି-ଫେସ୍ ଅଥେଣ୍ଟିକେସନ୍ କୌଶଳକୁ ସଚେତନତା ପ୍ରସାର/ଉପଯୁକ୍ତ ପ୍ରଚାର ପ୍ରସାର କରାଯାଉଛି। ପେନସନଭୋଗୀମାନେ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ପାଇଁ ଶାଖାକୁ ଆସିଲେ ଆଣ୍ଡ୍ରଏଡ୍ ଫୋନ୍ ସହ ବ୍ୟାଙ୍କ ଶାଖାଗୁଡ଼ିକରେ ଉତ୍ସର୍ଗୀକୃତ କର୍ମଚାରୀମାନଙ୍କୁ ନିୟୋଜିତ କରିବା ତଥା ପେନସନଭୋଗୀମାନେ ବିଳମ୍ବ ନକରି ସେମାନଙ୍କ ଡିଏଲସି ଦାଖଲ କରିବାକୁ ସକ୍ଷମ କରିବା ପାଇଁ ଶିବିର ବ୍ୟବସ୍ଥା କରାଯାଇଛି । ଏଥିସହିତ ଶଯ୍ୟାଶାୟୀ ପେନସନଭୋଗୀଙ୍କ କ୍ଷେତ୍ରରେ ସେମାନଙ୍କ ଘରକୁ ପରିଦର୍ଶନ କରିବାର ସୁବିଧା ମଧ୍ୟ ଦିଆଯାଉଛି ।

ପେନସନଭୋଗୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ୟାଙ୍କ ଅଫ୍ ବରୋଦା, ଜନପଥ/ରାମ ମନ୍ଦିର, ବାପୁଜୀନଗର, ନୟାପଲ୍ଲୀ, ଖଣ୍ଡଗିରି ଓ ସାମନ୍ତରାପୁର ଶାଖାରେ ନଭେମ୍ବର ୬ ଓ ୭ ତାରିଖରେ ପେନସନଭୋଗୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ପ୍ରଦାନର ଏହି ବ୍ୟାପକ ଅଭିଯାନରେ ଡିଓପିପିଡବ୍ଲୁ ଅଧିକାରୀମାନେ ବ୍ୟାଙ୍କଗୁଡ଼ିକୁ ସମସ୍ତ ସମ୍ଭାବ୍ୟ କ୍ଷେତ୍ର ସହାୟତା ପ୍ରଦାନ କରୁଛନ୍ତି। ଦିଲ୍ଲୀର ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗର ପିପିଏସ୍ ଇନ୍ଦ୍ରଜିତ ଶର୍ମା ଗତ ୬ ଓ ୭,୨୦୨୩ରେ ଭୁବନେଶ୍ୱର ସିଟିରେ ବ୍ୟାଙ୍କ ଅଫ୍ ବରୋଦା ଦ୍ୱାରା ଆୟୋଜିତ ଏହି ଡିଏଲସି ଶିବିରଗୁଡ଼ିକର ତଦାରଖ ଏବଂ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୟୁଆଇଡିଏଆଇର ରାଜ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କକର, ଭୁବନେଶ୍ୱରସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ଉପ-ଆଞ୍ଚଳିକ ପ୍ରବନ୍ଧକ ଦିଲ୍ଲୀପ କୁମାର ଦାସ, ରାଜ୍ୟ ନୋଡାଲ ଅଧିକାରୀ ନିର୍ବିକାର ରଥ, ଡିଡି ନ୍ୟୁଜ, ଓଡ଼ିଆର ଉପନିର୍ଦ୍ଦେଶକ ରାମେଶ୍ୱର ନାୟକ ଓ କେନ୍ଦ୍ର ସରକାରଙ୍କ ପେନସନଭୋଗୀ ସଂଘ, ଭୁବନେଶ୍ୱରର ପେନସନଭୋଗୀମାନେ ଯୋଗ ଦେଇଥିଲେ।

ଦିଲ୍ଲୀର ପିପିଏସ୍ ପେନ୍‌ସନ୍ ଓ ପେନସନ୍‌ଭୋଗୀ କଲ୍ୟାଣ ବିଭାଗର ଇନ୍ଦ୍ରଜିତ ଶର୍ମା, ଭୁବନେଶ୍ୱରସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ଉପ-ଆଞ୍ଚଳିକ ପ୍ରବନ୍ଧକ ଦିଲ୍ଲୀପ କୁମାର ଦାସ ଓ ରାଜ୍ୟ ନୋଡାଲ ଅଫିସର ନିର୍ବିକାର ରଥଙ୍କ ସମେତ ବିଭିନ୍ନ ଶାଖାକୁ ଯାଇ ସଫଳତାର ସହ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ମୋବାଇଲ ଜରିଆରେ ଦାଖଲ କରିବା ସହ ଏହାର ପ୍ରକ୍ରିୟା ଓ ଭବିଷ୍ୟତର ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।

ବ୍ୟାଙ୍କ ଅଫ୍ ବରୋଦାର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗର ସହଯୋଗରେ ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+