Digital Arrest Scams:କେନ୍ଦ୍ର ସରାକାର ନେଲେ ବଡ଼ ପଦକ୍ଷେପ, ୮୩ ହଜାରରୁ ଅଧିକ ହ୍ୱାଟ୍ସଆପ୍ ଆକାଉଣ୍ଟ କଲେ ବ୍ଲକ୍
ସାଇବର କ୍ରାଇମ୍ କୋଅର୍ଡିନେସନ ସେଣ୍ଟର, ଡିଜିଟାଲ ଆରେଷ୍ଟ ମାମଲାରେ ସମ୍ପୃକ୍ତ ଥିବା ୮୩, ୬୬୮ ହ୍ୱାଟ୍ସଆପ୍ ଆକାଉଣ୍ଟ ଓ ୩,୯୬୨ରୁ ଅଧିକ ସ୍କାଇପ୍ ଆଇଡିକୁ ଚିହ୍ନଟ କରି ବ୍ଲକ୍ କରିଛି ।
ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଡିଏମ୍କେ ସାଂସଦ ତିରୁଚି ଶିବାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି କହିଥିଲେ, ସାଇବର ଅପରାଧୀମାନେ ଇଡି, ସିବିଆଇ ଭଳି ଏଜେନ୍ସିର ନକଲି ଅଧିକାରୀ ହୋଇ ଏହି ଆକାଉଣ୍ଟର ବ୍ୟବହାର କରୁଥିଲେ ଏବଂ ଲୋକଙ୍କୁ ଠକୁଥିଲେ ।

ଏହା ବ୍ୟତୀତ ୨୦୨୫ ଫେବ୍ରୁଆରୀ ୨୮ ସୁଦ୍ଧା ୭ ଲକ୍ଷ ୮୧ ହଜାରରୁ ଅଧିକ ସିମ୍ କାର୍ଡ ଏବଂ ୨ ଲକ୍ଷ ୮ ହଜାରରୁ ଊର୍ଦ୍ଧ୍ୱ ଆଇଏମ୍ଇଆଇ ନମ୍ବର ମଧ୍ୟ ବ୍ଲକ୍ କରାଯାଇଛି । ୧୩ ଲକ୍ଷ ୩୬ ହଜାରରୁ ଊର୍ଦ୍ଧ୍ୱ ଅଭିଯୋଗ ଆଧାରରେ ୪,୩୮୬ କୋଟି ଟଙ୍କାରୁ ଅଧିକ କ୍ଷତିକୁ ରୋକା ଯାଇପାରିଛି ।












Click it and Unblock the Notifications