Get Updates
Get notified of breaking news, exclusive insights, and must-see stories!

ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟିତ, ପୂଜାର୍ଚ୍ଚନା କରିପାରିବେ ସବୁ ଧର୍ମର ଲୋକେ

ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଦୀଘାରେ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବୁଦବାର ଅପରାହ୍‌ଣରେ ଉଦ୍‌ଘାଟନ କରିଛନ୍ତି। ୨୦ଏକର ଜାଗାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ଏହି ମନ୍ଦିର ନିର୍ମାଣ କରାଯାଇଛି ।

ମନ୍ଦିର ପ୍ରତିଷ୍ଠା ହେଲା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ସମୁଦ୍ର ଉପକୂଳବର୍ତ୍ତୀ ସହର ଦୀଘାରେ ନିର୍ମିତ ଏହି ଭବ୍ୟ ମନ୍ଦିରରେ ସବୁ ଧର୍ମର ଲୋକେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି। ଅର୍ଥାତ ହିନ୍ଦୁଧର୍ମର ମନ୍ଦିରଗୁଡ଼ିକରେ ମୁଖ୍ୟତଃ ଅନ୍ୟ ଧର୍ମାବଳମ୍ବୀମାନଙ୍କୁ ବାରଣ ଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରରେ ଏସବୁ କଟକଣା ନାହିଁ ବୋଲି କୁହାଯାଉଛି।

jagannath

ସେହିପରି ୬୫ ଫୁଟ୍ ଉଚ୍ଚର ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ବ୍ୟୟ କରାଯାଇଛି । ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଓ ରାଜସ୍ଥାନ ଗୋଲାପୀ ବାଲିପଥରରେ ନିର୍ମିତ ହୋଇଛି ଏହି ଭବ୍ୟ ସ୍ଥାପତ୍ୟ । ରାଜସ୍ଥାନର ୮୦୦ରୁ ଅଧିକ କୁଶଳୀ କାରିଗର ଏହି ମନ୍ଦିର ନିର୍ମାଣ କରିଛନ୍ତି । ଦୀଘାର ମନ୍ଦିରରେ ପୁରୀ ଜଗନ୍ନାଥ ମନ୍ଦିର ପରି ଭୋଗ ମଣ୍ଡପ, ନାଟ ମଣ୍ଡପ,ଜଗମୋହନ ଏବଂ ପବିତ୍ର ଗର୍ଭଗୃହରେ ଅତି ନିଖୁଣ କାରୁକାର୍ଯ୍ୟ କରାଯାଇଛି । ମମତା ସରକାର ୬ ହଜାର ଅତିଥିଙ୍କୁ ନିମନ୍ତ୍ରୀତ ହୋଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+