ଲିଟର ପିଛା ୨୫ ଟଙ୍କା ବଢ଼ିଲା ଡିଜେଲ ଦର
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବଲ୍କ ୟୁଜର୍ସ ତଥା ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି।
ନୂଆଦିଲ୍ଲୀ: ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ଅଶୌଧିତ ତୈଳଦର ଆକାଶ ଛୁଆଁ ହୋଇଛି । ଯାହାର ପ୍ରଭାବେ ଏବେ ଭାରତ ଉପରେ ପଡ଼ିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବଲ୍କ ୟୁଜର୍ସ ତଥା ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି। ନ୍ୟୁଜ୍ ଏଜେନ୍ସି PTI ସୂତ୍ରରୁ ଏହି ସୂଚନା ମିଳିଛି। ତେବେ ପେଟ୍ରୋଲ ପମ୍ପ ମାଧ୍ୟମରେ ବିକ୍ରି ହେଉଥିବା ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏପରିକି ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ବଢ଼ିବ ନାହିଁ।ଏବେ ଡିଜେଲ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବଲ୍କ କଷ୍ଟମର ।

ବଲ୍କ କଷ୍ଟମର କିଏ ?
ଅଧିକ ମାତ୍ରାରେ ତୈଳ କିଣୁଥିବା ଗ୍ରାହକଙ୍କୁ ବଲ୍କ କଷ୍ଟମର କୁହାଯାଏ । ପ୍ରତିରକ୍ଷା ପ୍ରତିଷ୍ଠାନ, ରେଲୱେ, ବିଭିନ୍ନ ପରିବହନ ନିଗମ, ପାୱାର ପ୍ଲାଣ୍ଟ, କେମିକାଲ୍ ପ୍ଲାଣ୍ଟ ଓ ଅନ୍ୟ ଶିଳ୍ପ କାରଖାନା ବଲ୍କ କଷ୍ଟମର ଅଟନ୍ତି । ଏହା ବ୍ୟତୀତ ବିମାନବନ୍ଦର, ମଲ୍ ଓ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ବଲ୍କ କଷ୍ଟମର ।
ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ଦିଲ୍ଲୀର ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କାରେ ପହଞ୍ଚିଛି। ତେବେ ପେଟ୍ରୋଲ ପମ୍ପରେ କିନ୍ତୁ ସାଧାରଣ ଗ୍ରାହକଙ୍କ ପାଇଁ ଲିଟର ପିଛା ୮୬.୬୭ଟଙ୍କା ମୂଲ୍ୟରେ ଡିଜେଲ ବିକ୍ରି ହେଉଛି। ମୁମ୍ବାଇର ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୨୨.୦୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ପମ୍ପରେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୧୪ ଟଙ୍କା ରହିଛି।












Click it and Unblock the Notifications