ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ଦିଦି , ଦୂରେଇ ରହିବ TMC
ଜାନୁୟାରୀ 22 ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେନି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ଦଳ ତୃଣମୂଳ କଂଗ୍ରେସ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିଥିବା ନେଇ ଏକ ସୂତ୍ରୁରୁ ସୂଚନା ମିଳିଛି ।

ସମସ୍ତ ରାଜନୈତିକ ଦଳକୁ ଶ୍ରୀ ରାମ ଜନ୍ମ ଭୂମି ତିର୍ଥ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପଠାଯାଇଛି। ମମତା ବାନାର୍ଜୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ | ଏହାପୂର୍ବରୁ ସୀତାରାମ ୟେଚୁରୀ କହିଥିଲେ ଯେ ତାଙ୍କୁ ନିମନ୍ତ୍ରଣ ମିଳିଛି କିନ୍ତୁ ସେ ଏହି କାର୍ଯ୍ୟକ୍ରମକୁ ଯିବେ ନାହିଁ। ୟେଚୁରୀ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଧର୍ମ ହେଉଛି ବ୍ୟକ୍ତିଗତ ପସନ୍ଦ ଏବଂ ଏହାକୁ ରାଜନୈତିକ ଲାଭ ପାଇଁ ସାଧନ କରାଯିବା ଉଚିତ ନୁହେଁ । ୟେଚୁରୀଙ୍କ ଏହି ବିରୋଧକୁ ବିଶ୍ୱ ହିନ୍ଦୁ ପରିଷଦ ବିରୋଧ କରିଥିଲା ।
ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଉଦ୍ଘାଟନ ହେବ। ଏଥିପାଇଁ ଅଯୋଧ୍ୟାରେ ଜୋରସୋର୍ରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବ। ସେ ହିଁ ପ୍ରତିମା ସ୍ଥାପନ କରିବେ। ଶାସକଦଳର ନେତାଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା ଦେଶର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ଆମନ୍ତ୍ରିତ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଡକାଯାଇଛି। କିନ୍ତୁ ସେ ଏଥିରେ ଏବେ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ତେବେ ଟିଏମ୍ସି ପକ୍ଷରୁ ଏନେଇ ଅଫିସିଆଲି ଭାବେ କୌଣସି ଘୋଷଣା କରାଯାଇ ନାହିଁ ।












Click it and Unblock the Notifications