ରାହୁଲ ଲଣ୍ଡନରେ ବାଂଲାଦେଶୀ ନେତାଙ୍କୁ ଭେଟିଛନ୍ତି କି? ଏଭଳି ପ୍ରତିକ୍ରିୟା ଦେଲେ ସାମ୍ ପିଟ୍ରୋଡା

ଲଣ୍ଡନ: ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ୍ ପିଟ୍ରୋଡା ଆଇଏଏନ୍ଏସ୍ ସହ ବାର୍ତ୍ତାଳାପରେ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସେପ୍ଟେମ୍ବରରେ ଆମେରିକା ଗସ୍ତ ଏବଂ ଖାଲିଦା ଜିଆଙ୍କ ପୁଅ ତାରିକ୍ ରେହମାନଙ୍କ ସହ ସାକ୍ଷାତ ଆଲୋଚନା ନେଇ ନିଜର ମତ ପ୍ରକାଶ କରିଛନ୍ତି। ରାହୁଲଙ୍କର ଲଣ୍ଡନ ଗସ୍ତ ନେଇ ସେ ନିଜର ପ୍ରତିକ୍ରିୟା ଦେଇଛିନ୍ତି।

ସେପ୍ଟେମ୍ବରରେ ରାହୁଲ ଆମେରିକା ଗସ୍ତ କରିବେ ନା ସ୍ଥଗିତ ରହିବ ଏନେଇ ପିଟ୍ରୋଡା ଗଣମାଧ୍ୟମ ପ୍ରଶ୍ନରେ ପିଟ୍ରୋଡା କହିଛନ୍ତି, ତାଙ୍କ ଗସ୍ତ ବିଷୟରେ ବହୁତ ଶୀଘ୍ର ସୂଚନା ଦିଆଯିବ। ଆମେ ଏହା ଉପରେ କାର୍ଯ୍ୟ କରୁଛୁ। ଯେତେବେଳେ ତାରିଖ ଚୂଡାନ୍ତ ହୋଇଯିବ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ଯଦି ଯାତ୍ରା ସ୍ଥଗିତ ରଖାଯାଏ, ତେବେ ଏହାକୁ ନେଇ ମଧ୍ୟ ସୂଚନା ଦିଆଯିବ।

sam pitroda

ଲଣ୍ଡନ ଗସ୍ତ ସମୟରେ ଖାଲିଦା ଜିଆଙ୍କ ପୁଅ ତାରିକ ରେହମାନଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତ କରିଛନ୍ତି କି ଏନେଇ ଯେତେବେଳେ ପିଟ୍ରୋଡାଙ୍କୁ ପଚରାଯାଇଥିଲା ସେ କହିଛନ୍ତି, ସର୍ବପ୍ରଥମେ ଏହା ଭୁଲ ଅଟେ। ମୁଁ ସବୁବେଳେ ରାହୁଲ ଗାନ୍ଧୀଙ୍କ ସହ ଥିଲି, କିନ୍ତୁ ଲୋକମାନେ ମିଛ ଆଲୋଚନା କରୁଛନ୍ତି। ମିଛ କହିବା ଭାରତରେ ଏକ ସାଧାରଣ କଥା।

ଏହି ପ୍ରକାରର ଭୁଲ ତଥ୍ୟ ପ୍ରଚାର ଜାରି ରହିଛ। ମୁଁ ଏହି ପ୍ରକାର ସୂଚନା ପ୍ରତି ଧ୍ୟାନ ଦେଉ ନାହିଁ । ଯେତେବେଳେ ଲୋକମାନେ ମିଛ କହିବା ପାଇଁ ଟଙ୍କା ପାଆନ୍ତି ସେତେବେଳେ କ'ଣ କରାଯାଇ ପାରିବ। ଯେତେବେଳେ ତାଙ୍କୁ ଆଏଏନ୍ଏସ୍ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ ଆପଣ ପୁଣି ଥରେ ବିଦେଶ କଂଗ୍ରେସର ସଭାପତି ହୋଇଛନ୍ତି। ଉତ୍ତରାଧିକାର ଟ୍ୟାକ୍ସ ଉପରେ ଆପଣଙ୍କର ମନ୍ତବ୍ୟକୁ ନେଇ ଭୁଲ ବ୍ୟାଖ୍ୟା କରାଯାଇଥିଲା କିମ୍ବା ପ୍ରସଙ୍ଗରୁ ନିଆଯାଇଥିଲା କି?

ଏହାର ଉତ୍ତରରେ ସାମ୍ ପିଟ୍ରୋଡା କହିଛନ୍ତି, ମୁଁ ଯାହା କହିଛି ସେ ନେଇ ସ୍ଥିର ହୋଇ ରହିଛି। ମୁଁ ଜାଣେ ଭାରତରେ ଟ୍ରୋଲକାରୀ ଏବଂ ମିଥ୍ୟାବାଦୀ ଅଛନ୍ତି। ସେମାନେ ଲୋକଙ୍କ ବିରୋଧରେ ମିଥ୍ୟା କହିବା ପାଇଁ ଦରମା ନେଇଥାନ୍ତି। ମୁଁ କଦାପି କହି ନାହିଁ ଯେ ଭାରତରେ ଉତ୍ତରାଧିକାର କର ଲାଗୁ କରାଯିବା ଉଚିତ୍। ମୁଁ କହିଥିଲି ଆମେରିକାରେ ଏହା ହିଁ ଘଟେ, ଯାହା ଠିକ ଅଛି। ଯଦିଓ ମୁଁ ଏହା କହୁଛି, ଭାରତରେ ଏପରି ଏକ ବ୍ୟବସ୍ଥା ଅଛି ଯେ ସଂସଦରେ ବିତର୍କ, ଆଲୋଚନା ଏବଂ ଭୋଟ୍ ହେବ। ସାମ୍ ପିଟ୍ରୋଡାଙ୍କ କଥା ହେତୁ ଏହିସବୁ ଘଟଣା ଘଟେ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+