ଉଦ୍ଧବଙ୍କୁ ୫୦ ଥର ଫୋନ୍‌ କରିଥିଲେ ଫଡ୍‌ନାଭିସ୍‌ ?

ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି । ଖାସ୍‌ କରି ସିନ୍ଦେ ଓ ଫଡନାଭିସ୍‌ଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିଥିବାରୁ ଏବେ ପୂରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ଏକନାଥ ସିନ୍ଦେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ । ହେଲେ ତାଙ୍କ ବଦଳରେ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିଛି ଦଳ । ଏହାରି ଭିତରେ ରାଜନୀତି କିନ୍ତୁ କମିବାରେ ନା ନେଉନି ।

adnavis call Uddhav

ଏପଟେ, ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ନେତା ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଧୋକା ଦେଇଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆସିବା ପରେ ପୁଣି ଥରେ ରାଜନୈତିକ ବୟାନବାଜି ସୃଷ୍ଟି ହୋଇଛି ।

ଶୁକ୍ରବାର ଦିନ ବିଧାନ ପରିଷଦରେ ବିରୋଧୀ ଦଳଙ୍କ ଦ୍ୱାରା ଅଣାଯାଇଥିବା ଏକ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ସିନ୍ଦେ କହିଥିଲେ ଯେ ୨୦୧୯ ନିର୍ବାଚନରେ ଅବିଭାଜିତ ଶିବସେନା ଓ ବିଜେପି ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଫଡନାଭିସ୍ ଉଦ୍ଧବ ଠାକରେଙ୍କୁ "୪୦-୫୦ ଥର" ଫୋନ୍ କରିଥିଲେ କିନ୍ତୁ ଠାକରେ ତାଙ୍କ ଫୋନର କୌଣସି ଉତ୍ତର ଦେଇନଥିଲେ। ସିନ୍ଦେ ଠାକରେଙ୍କୁ ଏକ "ବହୁରୂପୀ" ସହିତ ତୁଳନା କରି କହିଛନ୍ତି ଯେ ମହାରାଷ୍ଟ୍ର ଏତେ ଶୀଘ୍ର ରଙ୍ଗ ବଦଳାଉଥିବା କାହାକୁ ଦେଖି ନାହିଁ।

ଖାଲି ଏତିକି ନୁହେଁ ବରଂ ସିନ୍ଦେ ଆହୁରି ମଧ୍ୟ କହିଛନ୍ତି ଯେ ଠାକରେ ସେହିମାନଙ୍କ ସହ ହାତ ମିଳାଇଲେ, ଯେଉଁମାନଙ୍କୁ ସେ ପୂର୍ବରୁ ନୀଚ ଦୃଷ୍ଟିରେ ଦେଖୁଥିଲେ,ଯାହାକି କଂଗ୍ରେସ ଓ ଏନସିପି ସହ ମେଣ୍ଟ କରିବାକୁ ସୂଚାଉଥିଲା। ୨୦୧୭ ମସିହାରେ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ଶିବସେନା ୮୪ଟି ଏବଂ ବିଜେପି ୮୨ଟି ଆସନ ଜିତିବା ପରେ ତାଙ୍କ ଅନୁରୋଧ କ୍ରମେ ଫଡନାଭିସ୍ ମେୟର ପଦ ଶିବସେନାକୁ ଦେବାକୁ ରାଜି ହୋଇଥିଲେ ବୋଲି ସିନ୍ଦେ କହିବା ସହିତ ଉଦ୍ଧବ କେମିତି ଦେବେନ୍ଦ୍ରଙ୍କୁ ଧୋକା ଦେଇଥିଲେ ତାହା ବି କହିଛନ୍ତି ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରଠାରୁ ଆରମ୍ଭ ହୋଇଥିଲା ବିବାଦ । ବିଜେପି-ଶିବସେନା ମେଣ୍ଟ ୧୬୧ଟି ଆସନରେ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା, ଯେଉଁଥିରେ ବିଜେପିର ୧୦୫ଟି ଓ ଶିବସେନାର ୫୬ଟି ଆସନ ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ "୫୦-୫୦" ଫର୍ମୁଲାକୁ ନେଇ ମତଭେଦ ହେବାରୁ ଶିବସେନା ବିଜେପି ସହ ସମ୍ପର୍କ ଛିନ୍ନ କରିଥିଲ । ଏହାପରେ ଶିବସେନା, ଏନସିପି ଓ କଂଗ୍ରେସ ମିଶି ମହା ବିକାଶ ଅଘାଡ଼ି ସରକାର ଗଠନ କଲେ ଏବଂ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+