ବଜାରକୁ ଆସିଲା 'ଇକୋ ଫ୍ରେଣ୍ଡଲୀ ଡାଇମଣ୍ଡ ରାକ୍ଷୀ '
ବଜାରକୁ ଆସିଲା ଇକୋ ଫ୍ରେଣ୍ଡଲୀ ଡାଇମଣ୍ଡ ରାକ୍ଷୀ । ଗୁଜୁରାଟର ସୁରଟରେ ହେଲା ବିକ୍ରି ଆରମ୍ଭ ।
ଗୁଜରାଟ: ଆସୁଛି ଭାଇ-ଭଉଣୀଙ୍କର ପର୍ବ ରକ୍ଷୀ ବନ୍ଧନ । ଏହି ରାକ୍ଷୀର ସୂତା ଟିଏ ଭାଇ ଭଉଣୀର ବନ୍ଧନକୁ ଆହୁରି ମଜବୁତ କରିଥାଏ । ଆଉ ମାତ୍ର କେଇଟା ଦିନ ପରେ ଏହି ପବିତ୍ର ପର୍ବର ପାଳନ କରିବ ସାରା ଦେଶ । ପ୍ରତ୍ୟେକ ଭାଇ ଭଉଣୀ ଏହି ଦିନଟିକୁ ଆନନ୍ଦର ସହିତ ଅପେକ୍ଷା କରିଥାନ୍ତି । ରାକ୍ଷୀ ବନ୍ଧନ ପାଇଁ ବଜାରକୁ ଆସିଥାଏ ବିଭିନ୍ନ ଡିଜାଇନର ରାକ୍ଷୀ । ଛୋଟ ପିଲାଙ୍କ ପାଇଁ କାର୍ଟୁନ ରାକ୍ଷୀତ ଆଉ ବଡଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ ବିକ୍ରି ହୋଇଥାଏ । ଭଉଣୀଟିଏ ନିଜ ମନ ପସନ୍ଦର ରାକ୍ଷୀ ଭାଇ ପାଇଁ କିଣି ଆଣେ । ତେବେ ଏହି ଅବସରରେ ଗୁଜୁରାଟର ଜଣେ ଡିଜାଇନର୍-କମ୍ ବ୍ୟବସାୟୀ ତିଆରି କରିଛନ୍ତି ଇକୋ ଫ୍ରେଣ୍ଡଲୀ ଡାଇମଣ୍ଡ ରାକ୍ଷୀ ।

ଏହି ରାକ୍ଷୀର ବଜାର ମୂଲ୍ୟ 3 ହଜାରରୁ ଆରମ୍ଭ କରି 8 ହଜାର ପର୍ଯ୍ୟନ୍ତ ରହିଛି । ବ୍ୟବସାୟୀ ରଜନୀକାନ୍ତ ଚନ୍ଦ ଏହି ରାକ୍ଷୀକୁ ସୁନା ଓ ହୀରା ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି । ଗୁଜୁରାଟର ସୁରଟ ସହରରେ ଏହି ରାକ୍ଷୀର ବିକ୍ରି ଆରମ୍ଭ କରିଛନ୍ତି।
Gujarat | Diamond Rakhis being sold in Surat ahead of the festival of Rakshabandhan
We have made eco-friendly rakhis that are made up of recycled gold while diamond has been used in a special way. It will cost around Rs 3,000 to Rs 8,000: Rajnikant Chachand, Businessman pic.twitter.com/Cv9D7kaowp
— ANI (@ANI) August 2, 2022
ଏହା ବ୍ୟତୀତ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ପଦବୀ ବିଭାଗ ରକ୍ଷା ବନ୍ଧନ ପର୍ବ ପାଇଁ ଦୂରସ୍ଥାନକୁ ରାକ୍ଷୀ ପଠାଇବା ପାଇଁ ସ୍ୱତନ୍ତ୍ର ରାଖୀ ଲଫାପା ତିଆରି କରିଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଏହି ଲଫାପାଗୁଡ଼ିକ ଭିନ୍ନ ପ୍ରକାରେ ତିଆରି କରାଯାଇଛି ଏହା ସମ୍ପୂର୍ଣ୍ଣ ୱାଟରପ୍ରୁଫ୍ । ଦିଲ୍ଲୀର ଡାକଘରେ ଏହି ରାଖୀ ଲଫାପା ବିକ୍ରି ଆରମ୍ଭ ହୋଇସାରିଛି । ଏହାର ମୂଲ୍ୟ ମାତ୍ର 15 ଟଙ୍କା ରହିଛି ।












Click it and Unblock the Notifications