ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବା ଲାଗି ଧୋନିଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଉତ୍ସବ ପାଳନ କରିବା ପାଇଁ ଅନେକ ଥର ସୁଯୋଗ ଦେଇଥିବା ଦେଇଥିବା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ୨୨ ଜାନୁଆରୀରେ ହେବାକୁ ଥିବା ରାମ ମନ୍ଦିରର ସମାରୋହ ପାଇଁ ଅଯୋଧ୍ୟାକୁ ନିମନ୍ତ୍ରଣ କରାଯାଇଛି । ଧୋନିଙ୍କୁ ଏହି ସ୍ୱତନ୍ତ୍ର ନିମନ୍ତ୍ରଣ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ସହ-ପ୍ରଦେଶ ସଚିବ ଧନଞ୍ଜୟ ସିଂ ପ୍ରଦାନ କରିଛନ୍ତି ।

ଧୋନି ଏହି ସମୟରେ କହିଛନ୍ତି ଯେ, ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯିବେ । ନିମନ୍ତ୍ରଣ ପାଇ ସେ ବହୁତ ଖୁସି । ଧୋନିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ହରଭଜନ ସିଂଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇସାରିଛି । ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆୟୋଜିତ ହେବ ।

Dhoni received invitation

ଆପଣଙ୍କୁ କହିରଖୁଛୁ ଯେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ଲଲାଙ୍କ ପ୍ରଣ ପ୍ରତୀଷ୍ଠା କାର୍ଯ୍ୟକ୍ରମ ପାଇଁ ୬ ହଜାର ସ୍ୱତନ୍ତ୍ର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । କ୍ରିକେଟରଙ୍କ ବ୍ୟତୀତ ଏଥିରେ ବଲିଉଡର ସେଲିବ୍ରିଟି ଏବଂ ପ୍ରସିଦ୍ଧ ବ୍ୟବସାୟୀ ମଧ୍ୟ ଅଛନ୍ତି । ଏଥିସହିତ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଅତିଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେବେ । ଗତ କିଛି ଦିନ ହେବ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+