Get Updates
Get notified of breaking news, exclusive insights, and must-see stories!

ଭାରତ ଓ ୟୁଏଇ ଦ୍ୱିପାକ୍ଷିକ ସମ୍ପର୍କର ଶକ୍ତିଶାଳୀ ସ୍ତମ୍ଭ ହେବ ଶିକ୍ଷା- ଧର୍ମେନ୍ଦ୍ର

ଆବୁଧାବୀ: ତିନିଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ସହ ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ପରିଦର୍ଶନ କରିଛନ୍ତି । ୟୁଏଇ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଭାରତ ଓ ୟୁଏଇ ଦ୍ୱିପାକ୍ଷିକ ସମ୍ପର୍କର ଶିକ୍ଷାକୁ ଶକ୍ତିଶାଳୀ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ପାଇଁ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀ ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦଙ୍କ ସହ ଭାରତ ଓ ୟୁଏଇ ମଧ୍ୟରେ ବହୁମୁଖୀ ସହଭାଗୀତାକୁ ଅଧିକ ଶକ୍ତିଶାଳୀ କରିବା ସହ ଭାଗିଦାରୀକୁ ଆଗେଇ ନେବା ଉପରେ ଆଲୋଚନା କରିଥିଲେ । ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ସହ ୟୁଏଇରେ ରହୁଥିବା ଭାରତୀୟଙ୍କୁ ସହଯୋଗ ପ୍ରଦାନ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

DHARMENDRA_PRADHAN

ସେହିପରି ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ଆବୁଧାବୀ ଶିକ୍ଷା ଓ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଏକ ପୃଥକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ଏବଂ ଶିକ୍ଷାକୁ ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା । ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସର ଅଗ୍ରଗତିକୁ ସହଜ କରିବା ପାଇଁ ଭାରତ ପକ୍ଷରୁ ଆବଶ୍ୟକ ସହଯୋଗ, ୟୁଏଇରେ କାର୍ଯ୍ୟ କରୁଥିବା ସିବିଏସଇ ଅନୁବନ୍ଧିତ ଭାରତୀୟ ବିଦ୍ୟାଳୟ ଗୁଡ଼ିକୁ ଏଡିଇକେର ସମର୍ଥନ ଏବଂ ଦୁବାଇରେ ସିବିଏସଇର ଏକ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ଯୋଜନା ଉପରେ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ ।

ଏହି ଗସ୍ତକାଳରେ ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ପରିଦର୍ଶନ କରିଥିଲେ । ଏହାକୁ ଦେଖିବା ପରେ ସେ କହିଛନ୍ତି ଯେ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ଉଦ୍ଭାବକ, ଉଦ୍ୟୋଗୀ ଏବଂ ନିବେଶକଙ୍କ ଏକ ଜୀବନ୍ତ ସମୁଦାୟ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ହବ୍ ୭୧ ଶିଳ୍ପ ଅଂଶୀଦାର, କର୍ପୋରେଟ୍, ନିବେଶକ, ପରାମର୍ଶଦାତା ଉଦ୍ୟୋଗର ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଦ୍ରୁତ ଗତିରେ ବ୍ୟାପକ କରିବାରେ ସାହାଯ୍ୟ କରିବା ପାଇଁ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରନ୍ତି । ସାମଗ୍ରିକ ସମାଜ ଆଭିମୁଖ୍ୟ ସହିତ ଏଭଳି ଇକୋସିଷ୍ଟମ୍ ଦେଶର ସମ୍ପୂର୍ଣ୍ଣ ଉଦ୍ୟୋଗୀ ଏବଂ ଅଭିନବ ସମ୍ଭାବନାକୁ ଉପଲବ୍ଧି କରିବା ଦିଗରେ ଏକ ଚାବିକାଠି ଅଟେ ବୋଲି ସେ କହିଥିଲେ ।

ଆବୁଧାବୀରେ ନିର୍ମାଣାଧୀନ ବିଏପିଏସ୍ ହିନ୍ଦୁ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଉକ୍ତ ମନ୍ଦିରର କାନ୍ଥରେ ଥିବା ଜଗନ୍ନାଥ ସଂସ୍କୃତି ସହ ରଥଯାତ୍ରା କଳାକୃତିକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ମନ୍ଦିରରେ ଜଗନ୍ନାଥ ସଂସ୍କୃତିର ଚିତ୍ରଣ ଜଗନ୍ନାଥ ଭକ୍ତ ଏବଂ ବିଶ୍ୱର ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପୂର୍ବରୁ ଶ୍ରୀ ପ୍ରଧାନ ଜାଏଡ୍ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ଆଇଆଇଟି ଦିଲ୍ଲୀ -ଆବୁଧାବୀ କ୍ୟାମ୍ପସକୁ ଯାଇଥିଲେ । ଏହା ଉଭୟ ଦେଶର ନେତୃତ୍ୱର ଦୂରଦର୍ଶିତା ଏବଂ ପ୍ରାଥମିକତାର ପ୍ରମାଣ । ଭାରତର ଶିକ୍ଷାକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଦ୍ୱାରା ଭାରତ ଓ ୟୁଏଇ ମଧ୍ୟରେ ସମୃଦ୍ଧି ଏବଂ ବିଶ୍ୱ କଲ୍ୟାଣ ପାଇଁ ଜ୍ଞାନର ଶକ୍ତିର ଉପଯୋଗ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ଶିକ୍ଷା ସହଯୋଗକୁ ସୁଦୃଢ଼ କରିବା ପାଇଁ ଭାରତ ଓ ୟୁଏଇ ମଧ୍ୟରେ ଏକ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଓ ୟୁଏଇର ଶିକ୍ଷା ମନ୍ତ୍ରୀ ଅହମ୍ମଦ ଅଲ୍ ଫଲାସୀଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ଆଦାନ ପ୍ରଦାନ ହୋଇଥିଲା । ଏହି ବୁଝାମଣାପତ୍ର ଦ୍ୱାରା ଉଭୟ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷା ଏବଂ ଗବେଷଣା ସହଯୋଗ ସହ ଉଭୟ ଦେଶର ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+