Get Updates
Get notified of breaking news, exclusive insights, and must-see stories!

ନବରାତ୍ରୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମା’ ଭଉଣୀଙ୍କୁ ପୁଣି ଥରେ ଉପହାର ଦେଇଛନ୍ତି- ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଗ୍ୟାସ ମୂଲ୍ୟ କମାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବରାତ୍ରୀ ଏବଂ ଆସୁଥିବା ପର୍ବପର୍ବଣୀ ପୂର୍ବରୁ ପ୍ରଧାନମନ୍ତ୍ରୀ ପୁଣି ଥରେ ଦେଶର ମାଆ, ଭଉଣୀଙ୍କୁ ଉପହାର ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଉଜ୍ଜ୍ୱଳା ଯୋଜନାରେ ଦିଆଯାଉଥିବା ଗ୍ୟାସ ମୂଲ୍ୟ ୩୦୦ ଟଙ୍କା ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି । ପୂର୍ବରୁ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ୨୦୦ ଟଙ୍କାର ସବସିଡି ଦିଆଯାଉଥିଲା । ଗତ ଅଗଷ୍ଟ ମାସରେ ୨୦୦ ଏବଂ ଆଜି ୧୦୦ ଟଙ୍କା ହ୍ରାସ କରିବାର ନିଷ୍ପତି ନେବା ପରେ ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ବଜାରର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ ପାଇବେ ।

dharmendra_pradhan

ମହିଳାଙ୍କ ଆଖିରୁ ଲୁହ ପୋଛିବା, ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସମ୍ମାନ ଓ ସଶକ୍ତିକରଣ ଦିଗରେ ଏହା ଏକ ସମ୍ବେଦନଶୀଳ ପଦକ୍ଷେପ । ଗରିବ ଏବଂ ମହିଳା କଲ୍ୟାଣ ଦିଗରେ ଏହି ଜନକଲ୍ୟାଣକାରୀ ନିର୍ଣ୍ଣୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୯ ତାରିଖରେ ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏଲପିଜି ହିତାଧିକାରୀଙ୍କ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ୍ କରିବା ସହ 'ଆଜାଦୀ କା ଅମୃତ' ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ୱକାଂକ୍ଷୀ 'ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା'ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଥିଲା ।

ଏହି ନିଷ୍ପତି ଫଳରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମଧ୍ୟ ପୂର୍ବ ମୂଲ୍ୟକୁ ହ୍ରାସ କରି ଗ୍ୟାସ ମୂଲ୍ୟ ଉପରେ ମୋଟ ୪୦୦ ଟଙ୍କାର ଛାଡ୍ ମିଳିଥିଲା । ଆଜି ପୁଣି ଥରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ୧୦୦ ଟଙ୍କା କମିବା ସ୍ୱାଗତଯୋଗ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+