Get Updates
Get notified of breaking news, exclusive insights, and must-see stories!

ଚନ୍ଦ୍ରଯାନ-୩ ଅଭିଯାନ ସଫଳ ପାଇଁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ଖୁସି ପ୍ରକାଶ କରିବା ସହ ଇସ୍ରୋ ସମେତ ଦେଶର ବୈଜ୍ଞାନିକ ସମୂହ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଏହା ଅବିସ୍ମରଣୀୟ ଉପଲବ୍ଧି । ଚନ୍ଦ୍ରଯାନ-୩ର ଐତିହାସିକ ଉପଲବ୍ଧିକୁ ସମଗ୍ର ଭାରତବର୍ଷ ଉତ୍ସାହର ସହ ପାଳନ କରୁଛି । ନରେନ୍ଦ୍ର ମୋଦି ଜଣେ ପ୍ରଧାନମନ୍ତ୍ରୀ ସହ ଜଣେ ନାଗରିକ ମଧ୍ୟ । ସେ ଚନ୍ଦ୍ରଯାନ-୩ ଖବର ସହ ପ୍ରତିଟି ମୁହୂର୍ତ୍ତରେ ଯୋଡି ହୋଇ ରହିଥିଲେ । ପ୍ରଧାନମନ୍ତ୍ରୀ ଯେଉଁଠାରେ ବି ରୁହନ୍ତୁ ଏକ ପରିବାରର ସଦସ୍ୟ ଭଳି ଦେଶ ଏବଂ ଦେଶର ଜନତାଙ୍କ ସାଥୀରେ ରହିଥାନ୍ତି । ଏହି ଗୌରବମୟ ଉପଲବ୍ଧି ଅବସରରେ ବୈଜ୍ଞାନିକଙ୍କ ମନୋବଳ ବଢାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

dharmendra_pradhan

ସଫଳ ହେଲା ଭାରତର ମୁନ ମିଶନ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କଲା ଚନ୍ଦ୍ରଯାନ-୩ । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ କରିଛି ଅବତରଣ । ତେବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।

ଯେତେବେଳେ ଭାରତ ଏହି ସଫଳତା ହାସଲ କଲା ସେତେବେଳେ 80,59,688 ରୁ ଅଧିକ ଲୋକ ଦେଖୁଥିଲେ । ଚନ୍ଦ୍ରଯାନ -3 ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠକୁ ଯେତେବଳେ ସ୍ପର୍ଶ କରିଥିଲା ଫେସବୁକରେ 355.6K ରୁ ଅଧିକ ଲୋକ ଦେଖୁଥିଲେ ।

ଏହା ବ୍ୟତୀତ ଯେଉଁମାନେ ISRO ର ଅଫିସିଆଲ୍ ପ୍ରସାରଣ ଚ୍ୟାନେଲରେ ଚନ୍ଦ୍ରାୟଣ -3 ଅବତରଣକୁ ଲାଇଭ୍ ଦେଖିଥିଲେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱର ଅନେକ ଲୋକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ । ଭାରତରେ, ଦୂରଦର୍ଶନ ଟିଭି ଏହାର ଅଫିସିଆଲ୍ ପ୍ରସାରଣକାରୀ ଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+