ନୂଆଦିଲ୍ଲୀ ଠାରେ ‘ରାଷ୍ଟ୍ରୀୟ କଳା ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ସ୍କୁଲ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଓ କଳାତ୍ମକ ପ୍ରତିଭାକୁ ପ୍ରୋତ୍ସାହନ ଦେଇ ଭାରତର ସାଂସ୍କୃତିକ ବିବିଧତା ସହ ଯୋଡ଼ି ହେବା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କଳା ଉତ୍ସବ ଏକ ଅନନ୍ୟ ପ୍ରୟାସ । ମଙ୍ଗଳବାର ନୂଆଦିଲ୍ଲୀ ଠାରେ ନବମ ରାଷ୍ଟ୍ରୀୟ କଳା ଉତ୍ସବର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତର ଛାତ୍ରଛାତ୍ରୀଙ୍କ ପ୍ରତିଭା ଏବଂ ସାମର୍ଥ୍ୟ ଉପରେ ସମଗ୍ର ଦେଶର ଭରସା ରହିଛି । ଆମର ପିଲା ମାନଙ୍କର ପ୍ରତିଭା ଓ ଦକ୍ଷତାକୁ ବଢାଇବା ପାଇଁ ସେମାନଙ୍କର ସର୍ବାଙ୍ଗୀନ ବିକାଶ ସହ ସେମାନଙ୍କୁ ଏକବିଂଶ ଶତାବ୍ଦୀର ଲିଡର ଭାବରେ ବିକଶିତ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ କଳା ଆଧାରିତ ଶିକ୍ଷା, ଖେଳକୁଦ, ଶିଳ୍ପ କଳା ଏବଂ ଅନ୍ୟାନ୍ୟ ସମସ୍ତ ନୂତନ ପ୍ରୟାସକୁ ଜାତୀୟ ଶିକ୍ଷା ନୀତିରେ ଶିକ୍ଷାର ମୁଖ୍ୟ ସ୍ରୋତର ଅଂଶ ଭାବରେ ବିବେଚନା କରାଯାଇଛି ।

Dharmendra Pradhan

୨୦୪୭ ସୁଦ୍ଧା ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ମିଶନ ଅଟେ । ନୂଆ ଶିକ୍ଷା ନୀତି ଆମର ଅମୃତ ପିଢିକୁ ରାଷ୍ଟ୍ର ଏବଂ ସମାଜର ଭାବନାରେ ବୃହତ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରସ୍ତୁତ କରୁଛି । ଆସନ୍ତା ବର୍ଷ ଠାରୁ ଶିକ୍ଷା ମନ୍ତ୍ରଣାଳୟ ଜାତୀୟ କଳା ମହୋତ୍ସବକୁ ଦେଶର ସବୁ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆଗକୁ ବଢିବ ଏବଂ ପିଲା ମାନଙ୍କର ଅଂଶଗ୍ରହଣକୁ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଆଣିବା ପାଇଁ ବ୍ୟବସ୍ଥା କରିବ ବୋଲି ମୋର ବିଶ୍ୱାସ ରହିଛି । ଭାରତର ପ୍ରତ୍ୟେକ ପିଲାଙ୍କୁ ତାଙ୍କର ରୁଚି ଓ ପ୍ରତିଭା ଅନୁଯାୟୀ ଏକ ବ୍ୟାପକ ପ୍ଲାଟଫର୍ମ ପ୍ରଦାନ କରି ଆମେ ଏକ ବିକଶିତ ଭାରତ ଗଠନ କରିପାରିବା ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ବିଦ୍ୟାର୍ଥୀଙ୍କ ସୃଜନଶୀଳ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ୨୦୧୫ରେ କଳା ଉତ୍ସବ ଆରମ୍ଭ କରାଯାଇଥିଲା । ଚଳିତଥର ଜାନୁଆରୀ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଏହି ଉତ୍ସବରେ ଶାସ୍ତ୍ରୀୟ ସଙ୍ଗୀତ ଗାନ, ପାରମ୍ପରିକ ଲୋକସଙ୍ଗୀତ ଗାନ, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟୁ, ସ୍ଥାନୀୟ ଖେଳ ଏବଂ ଖେଳିବା ଓ ଏକକ ଅଭିନୟ ଆଦି ପ୍ରତିଯୋଗିତା କରାଯିବ । ଚଳିତବର୍ଷ ମୋଟ ୩୬ଟି ଟିମ୍ ଭାଗ ନେଇଛନ୍ତି । ଭାରତୀୟ କଳାର ଏହି ମହୋତ୍ସବରେ ଭାଗ ନେବା ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ପିଲାମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+