B20 Summit : ଡେମୋକ୍ରାସି, ଡେମୋଗ୍ରାଫି ଏବଂ ଡାଇଭରସିଟି ଭାରତର ଶକ୍ତି - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଡେମୋକ୍ରାସି, ଡେମୋଗ୍ରାଫି ଏବଂ ଡାଇଭରସିଟି ହେଉଛି ଭାରତର ଶକ୍ତି । ଏହି ଆଧାରରେ ଭାରତ ୪ଟି କ୍ଷେତ୍ର ବିଶେଷ ଭାବରେ ଉର୍ଜା, କୃଷି ଓ ଖାଦ୍ୟ ସୁରକ୍ଷା, ଔଷଧ ଓ ସ୍ୱାସ୍ଥ୍ୟସେବା ତଥା ଡିଜିଟାଇଜେସନରେ ବ୍ୟାପକ ଅଗ୍ରଗତି କରିଛି ବୋଲି ଶନିବାର ନୂଆଦିଲ୍ଲୀ ଠାରେ ଆୟୋଜିତ 'ବି୨୦ ସମ୍ମିଟ ଇଣ୍ଡିଆ'ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

'ଉଭା ହେଉଥିବା ଅତ୍ୟାବଶ୍ୟକତା ସହିତ ଶିକ୍ଷାକୁ ଯୋଡ଼ିବା' ଶୀର୍ଷକ ଅଧିବେଶନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ୨୦୭୦ ସୁଦ୍ଧା ଭାରତ ଶୂନ୍ୟ ଅଙ୍ଗାରକାମ୍ଳ ଲକ୍ଷ୍ୟ ହାସଲ କରିବା ସହ ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜାରୁ ନିଜର ୫୦ ପ୍ରତିଶତ ଆବଶ୍ୟକତା ଭରଣ କରିବା ପାଇଁ ଲକ୍ଷ୍ୟ ରଖିଛି ।

dharmendra_pradhan

ଶିକ୍ଷାନୁଷ୍ଠାନ ଗୁଡିକରେ ଗବେଷଣାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଜାତୀୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନା କରାଯାଉଛି । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ କୋଡିଂ, ଏଆଇ, ସେମିକଣ୍ଡକ୍ଟର ଏବଂ ଡ୍ରୋନ ଟେକ୍ନୋଲୋଜିରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇ ଆଧୁନିକ ଯୁଗର ଦକ୍ଷତା ଏବଂ ଶିକ୍ଷା ପ୍ରଦାନ କରାଯାଉଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତକୁ ଅନୁସନ୍ଧାନ ଏବଂ ବିକାଶର ପେଣ୍ଠସ୍ଥଳୀ ଭାବରେ ଗଢିବା ପାଇଁ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ମାଧ୍ୟରେ ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଇଛି । ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଭାରତ ଆଗକୁ ବଢୁଛି ।
ବର୍ତ୍ତମାନ ଭାରତ ପାଖରେ ତୃତୀୟ ସର୍ବବୃହତ ଷ୍ଟାର୍ଟଅପ ଇକୋସିଷ୍ଟମ ରହିବା ସହ ୧୦୦ରୁ ଉର୍ଦ୍ଧ୍ୱ ୟୁନିକର୍ଣ୍ଣ ରହିଛି । ଏହା କେବଳ ମେଟ୍ରୋ ସହରରେ ସୀମିତ ନ ରହି ଷ୍ଟାର୍ଟଅପ୍ ଟାୟାର- ୨ ଏବଂ ଟାୟାର-୩ ସହରରେ ଜାରି ରହିଛି । ଶିକ୍ଷାନୁଷ୍ଠାନ, ଇନକ୍ୟୁବେଟର ଏବଂ ଆସିଲେଟର ଗୁଡ଼ିକୁ ମଜଭୂତ୍ କରି ନବସୃଜନ ପାଇଁ ଭାରତର ଡେମୋଗ୍ରାଫିକ ଡିଭିଡେଣ୍ଡକୁ ସୁଦୃଢ କରି ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରାଯାଉଛି ।

ଭାରତ ଏବେ ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁରୋପ ଭଳି ଦେଶ ଗୁଡିକ ସହ ଶିକ୍ଷା କ୍ଷେତ୍ରରେ ସହଭାଗୀତା କରିଛି, ଯେଉଁଠି ଭାରତର ପ୍ରତିଭାକୁ ପ୍ରଶଂସିତ କରାଯାଇଛି । ଇନିସିଏଟିଭ୍ ଅନ୍ କ୍ରିଟିକାଲ ଆଣ୍ଡ ଏମରଜିଂ ଟେକ୍ଲୋଲୋଜି(ଆଇସିଇଟି) ଅନ୍ତର୍ଗତ ଭାରତ ଓ ଆମେରିକା ଉଚ୍ଚକ୍ଷମତା ସମ୍ପନ୍ନ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗୀ ହେବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ।

ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ୟୁନାଇଟେଡ ରାଷ୍ଟ୍ର ସମୂହ ସରକାରଙ୍କ ଦ୍ୱାରା କ୍ୱାଡ୍ ଫେଲୋସିପ ପଦକ୍ଷେପ ଆଗାମୀ ଭବିଷ୍ୟତର ବୈଜ୍ଞାନିକ ଏବଂ ଟେକ୍ନୋଲୋଜିଷ୍ଟ ମଧ୍ୟରେ ସମ୍ପର୍କ ଯୋଡିବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଡେଲୋଏଟର ଗ୍ଲୋବାଲ ସିଇଓ ପୁନୀତ ରେନଜେନ, କିନଡ୍ରିଲର ଚେୟାରମ୍ୟାନ, ସିଇଓ ମାର୍ଟିନ ଏସ୍, ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କ ସମେତ ବିଭିନ୍ନ ଶିଳ୍ପସଂସ୍ଥାର ମୁଖ୍ୟଙ୍କୁ ଭେଟିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+