Get Updates
Get notified of breaking news, exclusive insights, and must-see stories!

Pratap sarangi: ପ୍ରତାପଙ୍କୁ ଭେଟିଲେ ଧର୍ମେନ୍ଦ୍ର ଓ ଅପରାଜିତା

ଆହତ ପ୍ରତାପଙ୍କୁ ଭେଟିଲେ ଧର୍ମେନ୍ଦ୍ର ଓ ଅପରାଜିତା । ପ୍ରତାପଙ୍କୁ ଭେଟି ଆସୁ ଆରୋଗ୍ଯ କାମନା କରିଲେ । ବି.ଆର୍‌ ଆମ୍ବେଦକରଙ୍କୁ ନେଇ ରାଜନୀତି ଜୋର ଧରିଛି । ଆଉ ଏହି ପ୍ରସଙ୍ଗରେ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଏପରି ହୋଇଛି ଯେ ସଂସଦରେ ଗଣ୍ଡଗୋଳର ପରିସ୍ଥିତି ଉପୁଜିଛି । ଗୁରୁବାର ସଂସଦ ପରିସରରେ ଉଭୟ ପାର୍ଶ୍ୱରୁ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ପିରିସ୍ଥିତି ଏପରି ହୋଇଥିଲା ଯେଉଁଥିରେ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି।

ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପ୍ରତାପ ଷଡଙ୍ଗୀ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

mp Pratap sarangi

ଗୁରୁବାର ଭାଜପା ଓ କଂଗ୍ରେସ ଆମ୍ବେଦକର ପ୍ରସଙ୍ଗରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଭାଜପା ଓ ଇଣ୍ଡିଆ ମେଣ୍ଟ ମୁହାଁମୁହିଁ ହୋଇଥିଲେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳର ଏମପିମାନେ ବିରୋଧ କରିଥିଲେ । ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ । ଏହି ପ୍ରଦର୍ଶନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳର ଏମପିମାନେ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ପ୍ରତାପ ଷଡଙ୍ଗୀଙ୍କୁ ଆଘାତ ଲାଗିଥିଲା ।

ତାଙ୍କ କହିବା ଅନୁଯାୟୀ ମୁଁ ସିଡ଼ି ନିକଟରେ ଠିଆ ହେଇଥିଲି। ରାହୁଲ ଗାନ୍ଧୀ ଆସି ଜଣେ ଏମପିଙ୍କୁ ଧକ୍କା ଦେଲେ। ସେ ମୋ ଉପରେ ପଡ଼ିଗଲେ। ଏହା ପରେ ମୁଁ ତଳେ ପଡ଼ିଗଲି। ଏନେଇ ଭାଜପା କହିଛି ଯେ, ରାହୁଲ ଭାଜପା ଏମପିଙ୍କୁ ଠେଲି ଦେଇଛନ୍ତି। ଯେଉଁଥିରେ ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଛି। କୁହାଯାଉଛି ଯେ, ବର୍ତ୍ତମାନ ଭାଜପା ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିପାରେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+