ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ
Dhananjaya Y. Chandrachud Received Death Threat: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସିଜେଆଇ ଜିଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ହତ୍ୟା ଧମକ। ଜଣେ ବ୍ୟକ୍ତି କୋଟ ନିଷ୍ପତ୍ତିରେ ଅସନ୍ତୋଷ ହୋଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ଏଭଳି ଧମକ ଦେଇଛନ୍ତି। ଏହାପରେ ପୋଲିସ ସମ୍ପୃକ୍ତି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଥିବା ନେଇ ସୂଚନା ରହିଛି ।

SC, ST ମଧ୍ୟରେ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଜାତି ପାଇଁ ସୁପ୍ରିମକୋର୍ଟ ସଂରକ୍ଷଣ ଭିତରେ ସବ୍କ୍ୟାଟେଗୋରୀ ତଥା କୋଟା ଭିତରେ କୋଟା ଅନୁମୋଦନ କରିଛନ୍ତି। ଅନେକ ରାଜନୈତିକ ଦଳ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହି ନିଷ୍ପତ୍ତି ବିଷୟରେ ଏକ ବିତର୍କ ମଧ୍ୟ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶର ବେତୁଲ ନିବାସୀ ପଙ୍କଜ ଅତୁଲକର ନାମକ ଜଣେ ବ୍ୟକ୍ତି ଫେସବୁକ ପୋଷ୍ଟରେ ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏହି ପୋଷ୍ଟ ଭାଇରାଲ ହେବା ପରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ପୋଲିସ ଏବଂ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି ।












Click it and Unblock the Notifications