ଝାଡଖଣ୍ଡରେ ଦିବାଲୋକରେ DGMଙ୍କୁ ଗୁଳିକରି ହତ୍ୟା

ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଗୁଳିକାଣ୍ଡ। ଶହ ଶହ ଲୋକଙ୍କ ସାମ୍ନାରେ ଗୁଳି କରି ମାରିଦେଲେ ଦୁର୍ବୃତ୍ତ। ଯାହାକୁ ନିଶାନା କରି ଗୁଳି ଚଳାଇଲେ, ନିଶାନା ବି ଠିକ୍ ତାହାରି ଦେହରେ ବାଜିଲା। ଆଉ ଗୁଳି ଲୋକଙ୍କ ଆଗରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ।

DGM shot

ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଏବଂ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି। ଘଟଣାଟି ହେଉଛି ହଜାରିବାଗର। ଯେଉଁଠାରେ ହଜାରିବାଗରେ NTPCର DGM କୁମାର ଗୌରବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା ପରେ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି।

DGMଙ୍କୁ ଟାର୍ଗେଟ: ହଜାରିବାଗର NTPC କରିଡରରେ କାର୍ଯ୍ୟରତ DGM କୁମାର ଗୌରବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିକାଣ୍ଡ ଆଜି ସକାଳେ ହୋଇଛି। ସୂଚନାନୂସାରେ, ଅପରାଧୀମାନେ ସର୍ବ ସମ୍ମୁଖରେ DGNଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ।

ଆଉ ଦୁର୍ବୃତ୍ତଙ୍କ ନିଶାନା ବି ଠିକ୍ ଲକ୍ଷଭେଦ କରିଥିଲା। ଆଉ ଗୌରବଙ୍କ ଦେହରେ ବାଜିଥିଲା। ଫଳରେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଯାଇଥିଲେ ଗୌରବ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ହଜାରିବାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ କିଛି ଲାଭ ହେଲା ନାହିଁ। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର DGMଙ୍କୁ ମୃତ ଘୋଷଣା କରିଥିଲେ। ପରେ ଦେଖାଦେଇଥିଲା ଉତ୍ତେଜନା। କର୍ମଚାରୀମାନେ ମୃତକଙ୍କ ନ୍ୟାୟ ଦାବି କରିବା ସହ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲେ।

କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ: ଯଦି ସ୍ପଷ୍ଟ ଦିବାଲୋକରେ ଏପରି ହତ୍ୟାକାଣ୍ଡ ଘଟିପାରୁଛି। ତାହାଲେ ସାଧାରଣ ଲୋକ କେତେ ସୁରକ୍ଷିତ ତାହା ଏଇଠୁ ଅନୁମାନ କରିହେଉଛି। ଯେହେତୁ ଜଣେ କାର୍ଯ୍ୟରତ DGMଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ତେଣୁ NTPC କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏବଂ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ କେଉଁ କାରଣ ପାଇଁ ଗୁଳିକାଣ୍ଡ ଘଟିଲା ତାହା ଜଣାପଡିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+