ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ସଂପର୍କିତ ତଦନ୍ତ ରିପୋର୍ଟ ଦାଖଲ କଲା ଡିଜିସିଏ
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଯୁଗ୍ମ ମହାନିର୍ଦ୍ଦେଶକ ସଂଜୟ କେ. ବ୍ରାହ୍ମଣେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ଆଧାରିତ ତଦନ୍ତ ରିପୋର୍ଟ ଦାଖଲ କରିଛି। ଦେଶବ୍ୟାପୀ ବ୍ୟାପକ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ପରିସ୍ଥିତିର ସମୀକ୍ଷା ଏବଂ ଯାଞ୍ଚ କରିବା ଲକ୍ଷ୍ୟ ନେଇ ଗତ ୫ ତାରିଖରେ ଏହି କମିଟି ଗଠନ କରାଯାଇଥିଲା ।

କମିଟି ଏହାର ରିପୋର୍ଟ ଗତ ସନ୍ଧ୍ୟାରେ ଦାଖଲ କରିଛି । ଶ୍ରୀ ବ୍ରାହ୍ମଣେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୪ ଜଣିଆ କମିଟିକୁ ଇଣ୍ଡିଗୋ ବିମାନସେବା ପ୍ରଦାନକାରୀ କମ୍ପାନୀର ମାନବ ସମ୍ବଳ ଉକଯୋଗ ଯୋଜନା, କାର୍ଯ୍ୟନିର୍ଘଣ୍ଟ ବ୍ୟବସ୍ଥା ଏବଂ ସେବା ପ୍ରଦାନ ନେଇ ବିଭିନ୍ନ ପରିସ୍ଥିତିର ଯାଞ୍ଚ କରିବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଥିଲା ।












Click it and Unblock the Notifications