ବିମାନ ପରିଚାଳନା କମ୍ପାନିଗୁଡ଼ିକୁ ଡିଜିସିଏର ନିର୍ଦ୍ଦେଶ ,ସବୁ ବିମାନର ଯାଞ୍ଚ ହେବ ଇନ୍ଧନ ସ୍ବିଚ୍

ଅହମ୍ମଦାବାଦରେ ଜୁନ୍ ୧୨ରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଏବେ ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ (DGCA) ଖୁବ୍ ଶୀଘ୍ର ଏକ ନିର୍ଦ୍ଦେଶ ଜାରି କରିବାକୁ ଯାଉଛି। ଭାରତର ବିମାନ କମ୍ପାନୀଗୁଡ଼ିକୁ ଏଣିକି ସେମାନଙ୍କର ବୋଇଂ ୭୮୭ ବିମାନର ଇନ୍ଧନ ପ୍ରଣାଳୀ ଯାଞ୍ଚ କରିବାକୁ ପଡିବ। ଏୟାରକ୍ରାଫ୍ଟ ଦୁର୍ଘଟଣା ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିଶେଷକରି ବିମାନର ଇଞ୍ଜିନ୍ ସ୍ୱିଚ୍ ଇନ୍ଧନ ପ୍ରଣାଳୀ ଯାଞ୍ଚ କରାଯିବ। ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ସମସ୍ତ ବିମାନର ଯାଞ୍ଚ ଜୁଲାଇ ୨୧ ସୁଦ୍ଧା ସମାପ୍ତ ହେବା ଉଚିତ।

ବୋଇଂ ୭୮୭, ୭୩୭ ବିମାନର ଇନ୍ଧନ ସ୍ୱିଚ୍ ଲକିଂ ସିଷ୍ଟମ ଯାଞ୍ଚ କରିବାକୁ ଡିଜିସିଏ ବିମାନ କମ୍ପାନୀଗୁଡ଼ିକୁ କହିଛନ୍ତି। ଡିଜିସିଏ କହିଛନ୍ତି ଯେ ବିମାନ କମ୍ପାନୀଗୁଡ଼ିକ ଜୁଲାଇ ୨୧ ସୁଦ୍ଧା ବୋଇଂ ୭୮୭, ୭୩୭ ବିମାନର ଇନ୍ଧନ ସ୍ୱିଚ୍ ଲକିଂ ସିଷ୍ଟମର ତଦନ୍ତ ଶେଷ କରିବା ଆବଶ୍ୟକ।

DGCA

ସୂଚନାଯୋଗ୍ୟ ଯେ ଜୁନ ୧୨ରେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାର ତଦନ୍ତ କରିଥିବା ଏଏଆଇବି ରିପୋର୍ଟରୁ ଜଣାପଡିଥିଲା ଯେ ଦୁର୍ଘଟଣାଗ୍ରସ୍ତ ବିମାନର ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣ ନିୟନ୍ତ୍ରଣ କରୁଥିବା ଉଭୟ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ବନ୍ଦ ଥିଲା । ସମ୍ଭବତଃ ଏହା ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+